ଜଗତସିଂହପୁର ସଦରଥାନା ଅଧିକାରି ରଜନୀକାନ୍ତ ମିଶ୍ର ଙ୍କୁ ସାମ୍ବାଦିକ ୟୁନିଅନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଜଗତସିଂହପୁର (କୋଶଲ ନ୍ୟୁଜ୍) ଜଗତସିଂହପୁର ସଦରଥାନା ଅଧିକାରି ରଜନୀକାନ୍ତ ମିଶ୍ରଙ୍କ ପାରାଦୀପ ମଡେଲ ଥାନାକୁ ବଦଳି ହୋଇଥିବା ବେଳେ ପାରାଦୀପ ଲକଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ଙ୍କୁ ଜଗତସିଂହପୁର ସଦରଥାନାକୁ ବଦଳି କରାଯାଇଛି।ଜଗତସିଂହପୁର ସଦର ଥାନାରେ ନୁର୍ତନ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ଦାଇତ୍ୱ ଗ୍ରହଣ କରିଛନ୍ତି।ଏହି ଅବସରରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ର ସଭାପତି ଶୁଭଙ୍କର ଜେନା ଓ ୟୁନିୟନ ର କର୍ମକର୍ତା ମାନେ ଉଭୟ ନୁର୍ତନ ଓ ପୂର୍ବତନ ଥାନା ଅଧିକାରୀଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମର୍ଦ୍ଧିତ କରାଯାଇଥିଲା।ପୂର୍ବତନ ଥାନା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୁର୍ତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।କରୋନା କଟକଣା ମଧରେ ଏହି ସମ୍ବର୍ଦ୍ଧନା କେଯ୍ୟକ୍ରମରେ ୟୁନିୟନ ର ସମ୍ପାଦକ ଜ୍ୟୋତି ରଞନ ପରିଡା,ଉପସଭାପତି ତପନ ରାଉତରାୟ,ସିଦ୍ଧାର୍ଥ ଦାସ,ପ୍ରଶାନ୍ତ କୁମାର ମଲିକ,ତାରାପଦ ମହାନ୍ତି,ପ୍ରତାପ କୁମାର ସିଂ,ଜ୍ୟୋତି ପ୍ରକାଶ ନାୟକ,ସଂଗ୍ରାମ କିଶୋର ପଟ୍ଟନାୟକ, ଦୀପକ ମହାନ୍ତି ପ୍ରମ୍ମୁଖ ଉପସ୍ଥିତ ରହି ଦୁଇଜଣଙ୍କୁ ସମ୍ବର୍ଧନା ଦେବାସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments
Loading...