ଜଳ ନିଷ୍କାସନ ପାଇଁ କୋଡ଼ିଙ୍ଗା ସରପଞ୍ଚଙ୍କ ଦ୍ଵାରା ବିଭିନ୍ନ ଗ୍ରାମରେ ଡ୍ରେନ ସଫାଇ କାର୍ଯ୍ୟକ୍ରମ ଜାରି

କୋଷାଗୁମୁଡ଼ା //: (କୋଶଲ ନ୍ୟୁଜ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ କୋଡ଼ିଙ୍ଗା ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଡ୍ରେନ ସଫାଇ କାର୍ଯ୍ୟକ୍ରମ ଜାରି ରହିଛି ।
କୋଡ଼ିଙ୍ଗା ସରପଞ୍ଚ ଡ଼ମାଇ ଭତରାଙ୍କ ନିର୍ଦେଶ ଅନୁସାରେ କୋଡ଼ିଙ୍ଗା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଡ୍ରେନ ସଫାଇ କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ଆଜି ଡୁମାଦେଇରେ ଡ୍ରେନ ସଫେଇ କାମ କରାଯାଉଥିବା ଦେଖିବାକୁ ମିଳିଛି ।ବର୍ତ୍ତମାନ ବର୍ଷାମାସ ଚାଲୁରହିଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମା ହେଉଛି ଏଥିପାଇଁ ଯେମିତି ଲୋକ ମାନେ ଅସୁବିଧା ନ ପଡନ୍ତୁ ବୋଲି ଏହି କାର୍ଯ୍ୟ ଶୀଘ୍ର କରାଯାଉଛି ବୋଲି କୋଡ଼ିଙ୍ଗା ସରପଞ୍ଚ ଡ଼ମାଇ ଭତରା କହିଛନ୍ତି ।ଏଥିପାଇଁ ଗାଁ ଲୋକ ସରପଞ୍ଚଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

Comments
Loading...