ଚାରବାହାଲ କୃପାସିନ୍ଧୁ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ପାଳିତ

ଜୁନାଗଡ଼ (କୋଶଲ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ କୃପାସିନ୍ଧୁ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ସୋମବାର (ରାତି) ପାଳିତ ହୋଇଯାଇଛି। ଏହିକ୍ରମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡ଼ମ୍ବର ସହିତ ବାର୍ଷିକ ଉତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥଲା। ସଂପୃକ୍ତ କୃପାସିନ୍ଧୁ ସାଂସ୍କୃତିକ ପରିଷଦର ଦୋଳ ପୂର୍ଣ୍ଣିମା ଅବସରରେ କାର୍ଯ୍ୟକ୍ରମ ଏକ ସାଂସ୍କୃତିକ ନାଟକ” ସମୟରେ ତୋତେ ଭରସା ନାହିଁ ” ପ୍ରଦର୍ଶନ କରାଯାଇଥିଲା। ଗ୍ରାମର ସମସ୍ତ ଜନ ସାଧାରଣ ଏହାକୁ ସୁନ୍ଦର ଭାବେ ଉପଭୋଗ କରିଥିଲେ । ଏହାକୁ ନେଇ ଅଂଚଳରେ ଖୁସିର ମାହୁଲ ଖେଳିଯାଇଛି । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ସମସ୍ତ କର୍ମକର୍ତ୍ତାକୁ ଧନ୍ୟବାଦ ଦେଇଥିଲେ। ସମ୍ମାନୀୟ ଅତିଥି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାମୁଣ୍ଡା ତୁଲେଶ୍ୱର୍ ନାଏକ, ସରପଞ୍ଚ ପ୍ରତିନିଧି ରାମ ନାରାୟଣ ପଣ୍ଡା, ନାଟକ ନିର୍ଦ୍ଦେଶକ ଭବାନୀ ଶଙ୍କର ପଟ୍ଟନାୟକ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜ୍ଞାନ ରଂଜନ ପଣ୍ଡା ଓ ଆଦିତ୍ୟ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।

Comments
Loading...