ପୁଣି ମୋଟର ସାଇକେଲ ରେ ବୁହା ହେଲା ଶବ

ଛେଣ୍ଡିପଦା : (କୋଶଲ ନ୍ୟୁଜ୍ )କଥା ରେ ଅଛି ଦଇବ ଦଉଡି ମଣିଷ ଗାଈ l ଯେଣିକି ଟାଣଇ ସେଣିକି ଯାଇ l କରୋନା ସନ୍ଦେହ ରେ କେହି ଆସିଲେ ନାହିଁ ପାଖକୁ l ନାଁ ଆସିଲେ ବନ୍ଧୁ l ନାଁ ଆସିଲେ ସାହି ପଡିଶା l ଏମିତି କି ନିଜ ଗର୍ଭ ରେ ଦଶ ମାସ ଦଶ ଦିନ ଧରି ଜନ୍ମ କରି ଥିବା ବଡ଼ ପୁଅ ବିଜୁ ସାହୁ ମା ର ମଲା ମୁହଁ ପାଖରେ ଛିଡା ହେଲା ନାହିଁ l ଆମେ କହୁଛୁ ଅନଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ପଂଚାୟତ ରଖଳା ମାଳ ସାହିରେ ଘଟି ଯାଇଥିବା ଏକ ଦୁଃଖ ଭରା ଘଟଣା lମା( କନକଲତା ସାହୁ ) ବହୁତ ଦିନ ହେଲା ଜ୍ଵର ରେ ପୀଡିତ ଥିଲେ ଏବଂ ତାଙ୍କ ନିଜ ଘରେ ରହି ଚିକିତ୍ସା ହେଉ ଥିଲେ l କିନ୍ତୁ ଗୁରୁବାର ଦିନ ସକାଳ ଆଠ ଟା ରେ ତାଙ୍କର ମୃତ୍ୟୁ ହୋଇ ଥିଲା l କିନ୍ତୁ କରୋନା ସଂକ୍ରମିତ ଥିବା ସନ୍ଦେହ ରେ ମହିଳା ଙ୍କ ମୁତ୍ୟୁ ଦେହ ପାଖକୁ ନାଁ ଗ୍ରାମ ବାସୀ l ନାଁ ପରିବାର ନାଁ ବନ୍ଧୁ ବାନ୍ଧବ କେହି ପାଖ ମାଡି ନଥିଲେ l ଘର ବାରଣ୍ଡା ରେ ପ୍ରାୟ ମୁର୍ତ୍ୟୁ ଦେହ ପାଞ୍ଚ ଘଣ୍ଟା ପଡି ରହି ଥିଲା l ଏ ନେଇ ପରିବାର ଛେଣ୍ଡିପଦା ବ୍ଲକ ପ୍ରଶାସନ କୁ ଜଣାଇଥିଲେ ହେଲେ ଦୀର୍ଘ ସମୟ ଅପେକ୍ଷା ପରେ ବି ପ୍ରଶାସନ ପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା l ଶେଷରେ ପରିବାର ଲୋକେ ଜରପଡା ର ସମାଜ ସେବୀ( ଚିନ୍ମୟୀ ଦାସ )ଙ୍କ ସହ ଯୋଗାଯୋଗ କରିଥିଲେ l ଫଳ ରେ ଚିନ୍ମୟୀ ବାଗେଡ଼ିଆ ଖଳlମାଳ ସାହି ର ମୃତକ ଙ୍କ ପରିବାର ନିକଟରେ ପହଂଚି ସେମାନଙ୍କୁ ବୁଝାସୁଝା କରି ଥିଲେ l ଶେଷରେ ମୃତକ ଙ୍କ ସ୍ୱାମୀ ଓ ସାନ ପୁଅ ଚିନ୍ମୟୀ ଙ୍କ ସହ ଶବ ନେବା ପାଇଁ ରାଜି ହୋଇ ଥିଲେ l ଚିନ୍ମୟୀ (ପି :ପି ଇ : କୀଟ ) ପରିଧାନ କରି ବାପ ପୁଅ ଙ୍କ ସହଯୋଗ ରେ ମୃତ ଦେହକୁ ସ୍ମଶାନ କୁ ନେଇ ଥିଲେ l ସେଠାରେ ତାଙ୍କର ଶବ ସତ୍କାର ହୋଇ ଥିଲା l

Comments
Loading...