ତାଳଚେର ଥର୍ମାଲ ପ୍ଲାଣ୍ଟରେ ବିଦ୍ୟୁତ ଉତ୍ପାଦନ ବନ୍ଦ

ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ NTPC ପରିଚାଳନାଧିନ ତାଳଚେର ଥର୍ମାଲ ପାୱାର ଷ୍ଟେସନ TTPS ମାର୍ଚ୍ଚ ୩୧ରେ ବନ୍ଦ ହେବ ବୋଲି ଆଗରୁ କୁହାଯାଉ ଥିଲା । କିନ୍ତୁ ସମସ୍ତ ୟୁନିଟ ଗୁଡିକରୁ ଆଜି ମଙ୍ଗଳ ବାର ବିଦ୍ୟୁତ ଉତ୍ପାଦନ ସପୂର୍ଣ୍ଣ ବନ୍ଦ ରହିଛି । ଯାହାକୁ ନେଇ ଶ୍ରମିକ ମହଲରେ ତିବ୍ର ପ୍ରତିକ୍ରିୟା ଦେଖାଦେଇଛି । ଶ୍ରମିକମାନେ କୋଇଲା ଫିଡିଙ୍ଗ ନ କରିବାରୁ ସବୁ ବଙ୍କର ଖାଲି ହୋଇଗଲା ଓ ଗୋଟିଏ ପରେ ଗୋଟିଏ ୟୁନିଟ ବନ୍ଦ ହୋଇଗଲା ବୋଲି NTPC ପକ୍ଷରୁ କୁହାଯାଇଛି । ଯାହାକୁ ଶ୍ରମିକ ମାନେ ଖଣ୍ଡନ କରିଛନ୍ତି । ପ୍ଲାଣ୍ଟ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଥିବାରୁ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଥିବାରୁ ରାଜ୍ୟରେ ବିଦ୍ୟୁତ ସଂଙ୍କଟ ଦେଖାଦେବା ଆଶଙ୍କା ରହିଛି । ଏହି ପ୍ଲାଣ୍ଟରୁ ଉତ୍ପାଦିତ ସମସ୍ତ ବିଦ୍ୟୁତ ଓଡିଶାକୁ ଯୋଗାଣ ହୋଇଥାଏ । ୪୬୦ ମେଗାୱାଟ ବିଶିଷ୍ଟ ୬ ଗୋଟି ୟୁନିଟରୁ ୬ ନମ୍ବର ୟୁନିଟ ଟି ପୂର୍ବରୁ ବନ୍ଦ ହୋଇଥିବା ବେଳେ ଆଜି ଅନ୍ୟ ୫ଟି ୟୁନିଟରୁ ବିଦ୍ୟୁତ ଉତ୍ପାଦନ ବନ୍ଦ କରାଯାଇଛି । ସେପଟେ ପ୍ଲାଣ୍ଟ ବନ୍ଦକୁ ନେଇ ରାଜନିତୀରେ କାଦୁଅ ଫୋପଡା ଭିତରେ TTPSର ଭାଗ୍ୟ ବଳିପଡିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Comments
Loading...