ସେବା ଓ ମାନବିକତାର ଜ୍ବଳନ୍ତ ଉଦାହରଣ ସ୍ବେଚ୍ଛାସେବୀ ଚିନ୍ମୟୀ ଦାସ

ଅନୁଗୋଳ: (କୋଶଲ ନ୍ୟୁଜ) ଦିନ ଦୁଃଖି ଦରିଦ୍ର ଅସହାୟ ଭିନ୍ନକ୍ଷମ ଯାଯାବର ବିକଳାଙ୍ଗ ରୋଗୀ ଗରିବ ମହିଳା ମାନଙ୍କୁ ସହଯୋଗ । ନିଶାମୁକ୍ତ ଅଭିଯାନ କରୋନା ମହାମାରୀ ସମୟରେ ଡାକ୍ତର ଖାନାରେ ରୋଗୀ ସେବା । କରୋନା ରୋଗୀ ମୃତ୍ୟୁ ପରେ ପ୍ରିୟଜନ ପରି ଶବସତ୍କାର କରିବା । ବୃକ୍ଷରୋପଣ ଗ୍ରୀଷ୍ମ ପ୍ରବାହ ସମୟରେ ପଶୁ ପକ୍ଷୀ ଜଙ୍ଗଲୀ ଜୀବ ମାନଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ମନ୍ଦିର ସଫେଇ କରିବା ସାମ୍ବାଦିକତା ସ୍ବଚ୍ଛାସେବୀ କାର୍ଯ୍ୟ ସଂଙ୍ଗଠନ ଗଠନ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ଚିନ୍ମୟୀ ଅନୁଗୋଳ ଜିଲ୍ଲା ତଥା ଓଡିଶା ମାଟିର ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ଦେହରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ମାନବ ସେବା କାର୍ଯ୍ୟ ଜାରି ରହିବ ବୋଲି ଚିନ୍ମୟୀ ପ୍ରକାଶ କରିଛନ୍ତି ।

Comments
Loading...