ଚାଇଲ୍ଡ-ଲାଇନ ଦ୍ବାରା ଶିଶୁ ଉଦ୍ଧାର

ଅନୁଗୋଳ ଜିଲ୍ଲା ବଇଣ୍ଡା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ନୁନୁକାପଶି ଗ୍ରାମରେ ହେବାକୁ ଯାଉଥିବା ଏକ ବାଲ୍ୟବିଭାହର ଘଟଣାକୁ ବନ୍ଦ କରାଯାଇଛି । ଅନୁଗୋଳ ଚାଇଲ୍ଡ-ଲାଇନକୁ ସୁଚନା ଅନୁଯାୟୀ ଚାଇଲ୍ଡ-ଲାଇନର ଏକ ଟିମ ନୁନୁକାପଶି ଗ୍ରାମରେ ପହଁଞ୍ଚି ଦୁଇ ନାବାଳକଙ୍କର ସମସ୍ତ ତଥ୍ୟ ହସ୍ତଗତ କରିଥିଲା । ସୁଚନା ଅନୁସାରେ ଦୁଇ ନାବାଳକ ଶିଶୁ ଦୁହେଁ ପ୍ରେମ ସମ୍ପର୍କରେ ପଡି ଢ଼େଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଅଁଦିଆ ଅଞ୍ଚଳରୁ ଝିଅଟି ନିଜଘରୁ ପଳାଇ ଆସିଥିଲା । ଏକ ସପ୍ତାହ ପୁଅ ଘରେ ରହିବା ପରେ ଆଜି ଚାଇଲ୍ଡ-ଲାଇନ ଦ୍ବାରା ଝିଅଟିକୁ ଉଦ୍ଧାର କରି CWCକୁ ହସ୍ତାନ୍ତର କରାଯାଇଛି । ଏଥିରେ ଚାଇଲ୍ଡ-ଲାଇନର କାଉନସିଲର ପୂଜା ସ୍ବାଇଁ ଟିମ ମେମ୍ବର ଅଭିଷେକ ମହାପାତ୍ର ରୋଜାଲିନ ଦାଶ ଦିଗବିଜୟ ସାହୁ କିଶୋର ନଗର ସିଡିପିଓ ସୁଭାସିନି ମହାଳିକ ସୁପରଭାଇଜର ପଦ୍ମୀନି ପ୍ରଧାନ ଅଙ୍ଗନୱାଡି କର୍ମୀ ମନ୍ଦାକିନି ବିଳାସ ସରପଞ୍ଚ ଜଳନ୍ଧର ସାହୁଙ୍କ ଉଦ୍ୟମରେ ଶିଶୁକୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସୁପାରିଶ କ୍ରମେ ଶିଶୁ କନ୍ୟାକୁ ସ୍ବାଧାର ଗୃହକୁ ସ୍ଥାନାନ୍ତରିତ କରାଯାଇଛି ।

Comments
Loading...