୩ ସାଇବର ଠକ ଗିରଫ – ଫେସ୍‌ବୁକ୍‌ରେ ବୁଲେଟ୍ ବିକ୍ରି ଆଳରେ ଲୁଟିଥିଲେ ୬୭ ହଜାର

ଅନୁଗୋଳ ଜିଲ୍ଲା ରେ ବୁଲେଟ୍ ବିକ୍ରିର ବିଜ୍ଞାପନ ଦେଖାଇ ବିକ୍ରମପୁର ଥାନା ଇଲାକାର ଜଣେ ବ୍ୟକ୍ତିଙ୍କଠାରୁ ୬୭ ହଜାର ଟଙ୍କା ଠକିନେଇଥିବା ତିନି ସାଇବର୍ ଠକଙ୍କୁ ବାନ୍ଧିବାରେ ସଫଳ ହୋଇଛି ତାଳଚେର ବିକ୍ରମପୁର ଥାନା ପୁଲିସ। ବାରିପଦାରୁ ଦୁଇ ଭାଇଙ୍କ ସମେତ ୩ ଜଣଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି । ଫୋନ୍ ପେ, ଓଏଲଏକ୍ସ, ଫେସ୍‌ବୁକ ଆଦିରେ ଠକେଇ ପାଇଁ ଆବଶ୍ୟକ ଜାଲ କାଗଜପତ୍ର ଅଭିଯୁକ୍ତମାନେ ପ୍ରସ୍ତୁତ କରୁଥିଲେ ବୋଲି ପୁଲିସ କହିଛି । ସେମାନଙ୍କଠାରୁ ୩ଟି ମୋବାଇଲ୍ ଫୋନ୍, ଲାପଟପ୍ ଓ ହାର୍ଡ ଡିସ୍କ ଜବତ କରାଯାଇଛି।ବିକ୍ରମପୁର ଥାନାର ଏକ ଟିମ୍ ବାରିପଦାରେ ଚଢ଼ଉ କରି ବାରିପଦା ଟାଉନ ବାସିନ୍ଦା କୃଷ୍ଣଚନ୍ଦ୍ର ବାରିକ୍ (୨୬) ଓ ତାର ଭାଇ ଗଣେଶ କୁମାର ବାରିକ୍ (୨୩), କୃଷ୍ଣ ମୁଖୀ (୩୬) କୁ ଗିରଫ କରିବାରେ ସଫଳ ହୋଇଥିଲା । ଜାଲ କାଗଜପତ୍ରରେ ସିମ୍ କାର୍ଡ଼, ବ୍ୟାଙ୍କ ଏକାଉଣ୍ଟ୍ ଆଦି ଖୋଲିବା ସହ ନକଲି ଭୋଟର ପରିଚୟପତ୍ର, ଫାନ୍ କାର୍ଡ଼ ଆଦି ସେମାନେ ପ୍ରସ୍ତୁତ କରୁଥିଲେ । କେବଳ ଓଡ଼ିଶାରେ ନୁହେଁ, ଜାତୀୟସ୍ତରରେ ଏହି ଜାଲିଆତି କରି ଲୁଟପାଟ କରୁଥିଲେ ବୋଲି ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ।

Comments
Loading...