ରେଳ ମନ୍ତ୍ରାଳୟ ଓ ଅନ୍ୟାନ୍ୟ ରେଳ ଅଫିସରେ ୧୮ ଘଣ୍ଟିଆ ଡ୍ୟୁଟି। ନିର୍ଦେଶ ଜାରି କଲା ରେଳ ବିଭାଗ

ନୂଆଦିଲ୍ଳୀ: ଦାୟିତ୍ୱ ନେବା ପରେ ଆକ୍ସନ ମୋଡ୍‌ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନିଜ ଅଫିସରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ କାମ କରିବାର ସମୟକୁ ସେ ବଦଳାଇ ଦେଇଛନ୍ତି । ଏଣିକି ମନ୍ତ୍ରୀଙ୍କ ଷ୍ଟାଫଙ୍କୁ ଦୁଇଟି ସିପ୍ଟରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଥମ ସିପ୍ଟରେ ସକାଳ ୭ଟାରୁ ଦିନ ୪ଟା ଓ ଦ୍ୱିତୀୟ ସିପ୍ଟରେ ଦିନ ୩ଟାରୁ ରାତି ୧୨ଟା ଯାଏ କାମ ଚାଲିବ । ତତ୍କାଳ ପ୍ରଭାବରେ ଏହି ନିର୍ଦ୍ଦେଶନାମା ଲାଗୁ ହୋଇଛି । ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, କେବଳ ମନ୍ତ୍ରୀଙ୍କ ଅଫିସରେ ହିଁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ।

ବୁଧବାର ଦିନ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ଗତକାଲି ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱଭାର ଗ୍ରହଣ କରିଥିଲେ । ଅଶ୍ୱିନୀ ବୈଷ୍ଣବ କହିଥିଲେ, ମୋଦୀଙ୍କ ଭିଜନରେ ରେଳବାଇ ଆଗକୁ ବଢିବ ଓ ସେ ଏହାକୁ ସାକାର କରିବାକୁ ଉଦ୍ୟମ କରିବେ ।

Comments
Loading...