ଏଣିକି ନେବାକୁ ପଡ଼ିପାରେ ତୃତୀୟ ଡୋଜ – କରୋନାର ନୂଆ ସ୍ୱରୂପକୁ ରୋକିବାକୁ ଲୋକଙ୍କୁ ତୃତୀୟ ଖୋରାକ ଟିକା ଦେବାକୁ ଯୋଜନା କରୁଛି ଫାଇଜର୍‌

ନୂଆଦିଲ୍ଳୀ: ବିଶ୍ୱକୁ ପୁଣି ଆସିପାରେ କରୋନାର ତୃତୀୟ ସଂକ୍ରମଣ । କରୋନାର ବଦଳୁଥିବା ସ୍ୱରୂପକୁ ନଜରରେ ରଖି ଆମରିକୀୟ ଟିକା ନିର୍ମାତା ଲୋକମାନଙ୍କୁ ତୃତୀୟ ଡୋଜ ଦେବାକୁ ଯୋଜନା କରୁଛି । ଆମେରିକୀୟ ଟିକା ନିର୍ମାତା କମ୍ପାନି ଫାଇଜର- ବାୟୋନଟେକ ଏନେଇ ଅନୁମତି ମାଗିଛି । କମ୍ପାନି ତରଫରୁ କୁହାଯାଇଛି କି, କରୋନାର ଆସୁଥିବା ନୂଆ ସ୍ୱରୂପକୁ ରୋକିବାକୁ ଟିକାର ତୃତୀୟ ଖୋରାକର ଆବଶ୍ୟକତା ରହିଛି । କମ୍ପାନି ଗୁରୁବାର ଦିନ ଘୋଷଣା କରିଛନ୍ତି କି କୋଭିଡ-୧୯ ଭ୍ୟାକ୍ସିନ ପାଇଁ ରେଗୁଲେଟରି ଆପ୍ରୁଭାଲ ପାଇଁ ଅନୁମତି ମାଗିବ । କମ୍ପାନି ତରଫରୁ ଟିକାକୁ ନେଇ କରାଯାଇଥିବା ପରୀକ୍ଷଣ ଆଧାରରେ ମଞ୍ଜୁରି ପାଇବ ବୋଲି ଆଶା କରିଛି କମ୍ପାନି । ଏହି ପରୀକ୍ଷଣରୁ ଜଣାପଡିଛି କି ପ୍ରଥମ ଦୁଇଟି ଖୋରାକ ତୁଳାନାରେ ତୃତୀୟ ଖୋରାକ ମାନବ ଶରୀରରେ ୫ ରୁ ୧୦ ଗୁଣା ଅଧିକ ଅଣ୍ଟିବଡି ପ୍ରସ୍ତୁତ କରିପାରିବ।

ମୁଖ୍ୟତ ଟିକାର ଏହି ତୃତୀୟ ଖୋରାକ କରୋନାର ବିଟା ଭାରିଆଣ୍ଟ ବିରୋଧରେ ଭଲ ଫଳପ୍ରଦ ହେବ ବୋଲି ଆଶା କରାଯାଇଛି । ଏହି ବିଟା ଭାରିଆଣ୍ଟ ସର୍ବପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ଏପଯ୍ୟନ୍ତ କରୋନାର ମିଳିଥିବା ବିଭିନ୍ନ ଭାରିଆଣ୍ଟ ମଧ୍ୟରୁ ବିଟା ଭାରିଆଣ୍ଟ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଇଛି ।

Comments
Loading...