୨୨ ଜାନୁଆରିରେ ଅଯୋଧ୍ୟା ଆସନାହିଁ, ନିଜ ଘରେ ଦୀପ ଜଳାନ୍ତୁ : ମୋଦୀ

ଅଯୋଧ୍ୟା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଯୋଧ୍ୟା ଯାଇ ମହର୍ଷୀ ବାଲ୍ମିକୀ ବିମାନବନ୍ଦର, ଅଯୋଧ୍ୟାଧାମ ରେଳ ଷ୍ଟେସନ ଓ ଆଉ କେତେକ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଜାନୁଆରି ୨୨ରେ ହେବାକୁ ଥିବା ଶ୍ରୀରାମଲଲ୍ଲା ବିଗ୍ରହ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବାକୁ ଅଯୋଧ୍ୟା ଆସନାହିଁ ।

ସେ କହିଛନ୍ତି “ସମସ୍ତେ ଚାହାଁନ୍ତି ଯେ ସେମାନେ ନିଜେ ଅଯୋଧ୍ୟାକୁ ଆସନ୍ତୁ ଜାନୁଆରୀ ୨୨ ସମାରୋହରେ ଯୋଗ ଦିଅନ୍ତୁ, କିନ୍ତୁ ସମସ୍ତଙ୍କ ପାଇଁ ଆସିବା ସମ୍ଭବ ନୁହେଁ । ତେଣୁ ମୁଁ ସମସ୍ତ ରାମ ଭକ୍ତମାନଙ୍କୁ ଅନୁରୋଧ କରୁଛି ଯେ ଜାନୁଆରୀ ୨୨ ତାରିଖରେ ଏହି କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସେମାନେ ନିଜ ସୁବିଧା ଅନୁଯାୟୀ ଅଯୋଧ୍ୟାକୁ ଆସନ୍ତୁ ଏବଂ ଜାନୁଆରୀ ୨୨ ରେ ଏଠାକୁ ଆସିବାକୁ ମନ ସ୍ଥିର କରନ୍ତୁ ନାହିଁ । ଆପଣମାନେ ୫୫୦ ବର୍ଷ ଅପେକ୍ଷା କଲେଣି, ଆଉ କିଛି ଦିନ ଅପେକ୍ଷା କରନ୍ତୁ ।“

ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି ଚାଲିଆସୁଛି ଏବଂ ଏଥିରେ କୌଣସି ବାଧା ସୃଷ୍ଟି ହେବା ଉଚିତ ନୁହେଁ। ମନ୍ଦିର କୁଆଡ଼େ ଯାଉନଥିବାରୁ ଏଠାରେ ଭିଡ଼ କରନ୍ତୁ ନାହିଁ। ଏହା ଶତାବ୍ଦୀ ଧରି ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସମାରୋହରେ କେବଳ କିଛି ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ତେଣୁ ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଛି, ସେମାନେ ହିଁ ଅଯୋଧ୍ୟା କୁ ଆସନ୍ତୁ। ୨୩ ତାରିଖ ପରେ ଯାତ୍ରା କରିବା ସହଜ ହେବ।

Comments
Loading...