ବିଜେପି-ବିଜେଡି ମେଣ୍ଟ  ଶାହାଙ୍କ ବଡ ବୟାନ: ଏବେ କିଛି କହିପାରିବେ ନାହିଁ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନେଇନାହାନ୍ତି ନିଷ୍ପତ୍ତି

ନୂଆଦିଲ୍ଲୀ: ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଆଲୋଚନା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ବଡ ବୟାନ ଦେଇଛନ୍ତି। ଦିଲ୍ଲୀ ଇଣ୍ଡିଆ ଟୁଡେର କନକ୍ଲେଭରେ ଯୋଗଦେଇ ଶାହା କହିଛନ୍ତି ଯେ ମେଣ୍ଟ ନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଛି ନିଷ୍ପତ୍ତି ନେଇନାହାନ୍ତି। ଓଡିଶାରେ ଆମେ କେମିତି ଆଗକୁ ବଢିବୁ, ତାହା ସ୍ଥିର ହୋଇନି । କିନ୍ତୁ ମୁଁ ନିଶ୍ଚିତ କହିପାରିବି ଯେ ଭାରତ ଜନତା ପାର୍ଟି ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବହୁତ୍ ଭଲ କରିବ। ଆମ ସ୍ଥିତିରେ ସୁଧାର ଆସିବ । ସରକାର ଏବଂ ବିରୋଧି ଦଳ ମଧ୍ୟରେ କେମିତି ମେଣ୍ଟ ଚର୍ଚ୍ଚା ହେଉଛି ବୋଲି ପ୍ରଶ୍ନ ହେବାରୁ , ସେ କହିଛନ୍ତି ଯେ ଆମେ ହାର୍ଡକୋର୍ ରାଜନୀତିରେ ଅଛୁ। ଏବଂ ଏଥିରେ ଫିଲୋସୋଫି ନଥାଏ । ଏଥିରେ ପାର୍ଟିର ଆଦର୍ଶ ଏବଂ ହାରଜିତ୍ ର ଗଣିତ ଥାଏ। ଏହି ଦୁଇଟି କଥାରେ ଭାରସାମ୍ୟ ରଖି ସାଥି ବଛାଯାଏ ବୋଲି କହିଛନ୍ତି ଅମିତ୍ ଶାହା।

Comments
Loading...