ଅନୁଭବ-ବର୍ଷା ବିବାଦରେ ଆଉ ଏକ ମୋଡ : ଡିଜିପିଙ୍କୁ ସୁରକ୍ଷା ମାଗିଲେ ଅନୁଭବ

କୋଶଲ ନ୍ୟୁଜ୍ ବ୍ୟୁରୋ : ଭୁବନେଶ୍ୱର : ଅନୁଭବ ବର୍ଷା ବିବାଦରେ ପ୍ରତିଦିନ ଏକ ନୂଆ ନୂଆ ମୋଡ ଯୋଡି ହେବାରେ ଲାଗିଛି । କେବେ ବର୍ଷା ଅନୁଭବ ନାଁରେ ଥାନାରେ ଅଭିଯୋଗ କରୁଛନ୍ତି ତ ଆଉ କେବେ ସାଂସଦ ଅନୁଭବ ମହାନ୍ତି ନିଜ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ପରିବାର ନାଁରେ ଅଭିଯୋଗ ଆଣୁଛନ୍ତି । ଏଭଳି ସ୍ଥିତିରେ ଏହି ଦୁଇ ଜଣଙ୍କ ଭାଇରାଲ୍ ଅଡିଓ ଓ ଭିଡିଓ ନିଆଁରେ ଘିଅ ଢାଳିବା ଭଳି ଏହି ବିବାଦକୁ ଆହୁରି ବଢାଉଛି ।

ତେବେ ଦୁଇ ଦିନ ତଳେ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ ଗୋଟିଏ ଭିଡିଓକୁ କେନ୍ଦ୍ର କରି ସ୍ୱାମୀ ଅନୁଭବଙ୍କ ନାଁରେ ପୁରିଘାଟ ଥାନାରେ ଲିଖିତ ଅଭିଯୋଗ କରିôତଲେ ଯେ ଅନୁଭବ ମହାନ୍ତି ଓ ତାଙ୍କ ସହଯୋଗୀ ବର୍ଷାଙ୍କ ସମ୍ନାନରେ କ୍ଷତି ପହଞ୍ଚାଉଛନ୍ତି ଏବଂ ଆଜି ଏହାପରେ ଏହି ବିବାଦରେ ପୁଣି ଏକ ନୂଆ ମୋଡ ଯୋଡି ହୋଇଛି ଯେତେବେଳେ କି ଖୋଦ୍ ଅନୁଭବ ମହାନ୍ତି ଗୋଟିଏ ଭାଇରାଲ୍ ଅଡିଓକୁ ନେଇ ଡିଜିପି ଅଭୟଙ୍କ ପାଖକୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ।
ଅନୁଭବ ଚିଠିରେ ତାଙ୍କ ଓ ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି ଏବଂ ସମ୍ପୃକ୍ତ ଅଡିଓରେ ଅନୁଭବ ଓ ତାଙ୍କ ପରିବାର ଲୋକଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଯୋଜନା କରାଯାଉଥିବା ଅଭିଯୋଗ କରିଛନ୍ତି । ଏଥି ସହିତ ଅଡିଓ ଟି କେଉଁ ଭଳି ଭାବରେ ଭାଇରାଲ ହେଉଛି ଏବଂ କିଏ କରୁଛି ତାକୁ ନେଇ ତଦନ୍ତ ହେବା ଦରକାର ବୋଲି ଅନୁଭବ ଚିଠି ମାଧ୍ୟମରେ ହିଜିପିଙ୍କୁ ଅବଗତ କରାଇଛନ୍ତି । ଏଥି ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦାର୍ଶାଇ ତାଙ୍କୁ ସୁରକ୍ଷା ଦିଆଯାଉ ବୋଲି ଅନୁଭବ ଡିଜିପିଙ୍କୁ ସୁରକ୍ଷା ମାଗିଛନ୍ତି ।
ଏହା ସହିତ ସେ ଏହି ବିବାଦ ଭିତରକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଟାଣିଛନ୍ତି ସାଂସଦ ଅନୁଭବ ମହାନ୍ତି । ବୈଜୟନ୍ତଙ୍କ ନାଁ ନନେଇ ଅନୁଭବ ଲେଖିଛନ୍ତି ଯେ ଏକ ଜାତୀୟ ରାଜନୈତିକ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଲକ୍ଷ ଲକ୍ଷ ଭୋଟରେ ହରାଇ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କର ଭୟ ଯେ ସେ ଏହି ମାରାତ୍ମକ ଷଡ଼ଯନ୍ତ୍ରରେ ସଂପୃକ୍ତ ଅଛନ୍ତି ଓ ତାଙ୍କର ସମ୍ମାନ କ୍ଷୁର୍ଣ୍ଣ କରିବାକୁ ଷଡ଼ଯନ୍ତ୍ରକାରୀଙ୍କୁ ଆର୍ôଥକ ସହାୟତା ଦେଉଛନ୍ତି ।
Comments
Loading...