କୋଶଲ ନ୍ୟୁଜ୍ : ନୂଆପଡା ଜିଲ୍ଲା ବଡେନ ବ୍ଲକ ନଗପଡା ପଂଚାୟତ ର ଛାତ୍ରୀଆପଡା ଗ୍ରାମରେ ଗାଧୋଇବା ପାଣିର ଅସୁବିଧା ହେଉଥିବାରୁ ଗ୍ରାମବାସୀ ଆମ ପ୍ରତିନିଧିଙ୍କୁ ଜଣାଇଥିଲେ ।ତାହା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଖବର ପ୍ରସାରଣ ହେବା ପରେ ବଡେନ ବ୍ଲକ ଗୋଷ୍ଟିଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପୁର୍ଣ ଚନ୍ଦ୍ର ଭୋଇ ଙ୍କ ନିର୍ଦେଶ କ୍ରମେ କନିଷ୍ଟ ଯନ୍ତ୍ରୀ ସଞ୍ଜୟ ବେହେରା ଓ GRS ଯୋଗେନ୍ଦ୍ର ମାଝୀ ଛାତ୍ରୀଆପଡା କୁ ଯାଇ ସୁବିଧା ଅସୁବିଧା ବୁଝି ଥିଲେ।ଗ୍ରାମ ବାସିନ୍ଦାଙ୍କ ଦାବି ଥିଲା ଯେ ଗ୍ରାମରେ ଛୋଟ ପୋଖରୀ ଥିଲା ତାହା ଖରା ଦିନେ ପାଣି ସୁଖୀ ଯାଉଥିଲା ଫଳରେ ସେମାନେ କାଦୁଅ ପାଣି ଗାଧୋଇବା ପାଇଁ ବାଧ୍ୟ ହେଉଥିଲେ।ଯାହା ଫଳରେ ସେହି ଦୂଷିତ ପାଣି ଗାଧୋଇବା ପରେ ବିଭନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ।ସେମାନଙ୍କୁ ଯଦି ପୋଖରୀ କାମ ଦେଲେ ସେମାନେ ବେଶ ଆନନ୍ଦ ହେବେ ବୋଲି ମତ ପ୍ରକାଶ କରିଛନ୍ତି।ଭାରତ ତଥା ଓଡ଼ିଶାରେ କରନା ଭାଇରସ କାୟା ବିସ୍ତାର କରିଚାଲିଥିବା ବେଳେ ସରକାର ଙ୍କ ଲକଡାଉନ ଏବଂ ସଟଡାଉନ ରେ କାମ ଧନ୍ଧା ମିଳୁନଥିବାରୁ ଛାତ୍ରୀଆପଡା ରେ ପୋଖରୀ ଖନନ କାମ ଆରମ୍ଭ ହେଇଥିବାରୁ ଗ୍ରାମ ର ଶ୍ରମିକ ମାନେ ବେଶ ଖୁସି ଅନୁଭବ କରୁଛନ୍ତି।ପୋଖରୀ ଖନନ କାମ କରି ଟଙ୍କା ଉପାର୍ଜନ କରିବା ସହିତ ପାଣି ପାଇଁ ଯେଉଁ ଅସୁବିଧା ହେଉଥିଲା ତାହା ଆଉ ହେବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।ଶେଷରେ ଵୋଡେନ ବ୍ଲକ ଗୋଷ୍ଟିଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ ଚନ୍ଦ୍ର ଭୋଇ ଏବଂ କନିଷ୍ଟ ଯନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ ବେହେରା ଓ GRS ଯୋଗେନ୍ଦ୍ର ମାଝୀ ଙ୍କୁ ଧନ୍ୟବାଦ ଦେଇଛନ୍ତିଗ୍ରାମବାସୀ।
