ପୁଣି ଶିଶୁ କନ୍ୟା ହେଲା ଅଲୋଡା

କଟକ : କୋଶଲ ନ୍ୟୁଜ୍ : ରାଜ୍ୟ ସରକାର ,ଓ କେନ୍ଦ୍ର ସରକାର ମହିଳା ଓ ଶିଶୁ କନ୍ୟାଟି ପାଇଁ କେତେ କଣ ଯୋଜନା କରି ଛନ୍ତି ଓ କରୁଛନ୍ତି ।ଜନ୍ମଠାରୁ ମରଣ ପଯ୍ୟନ୍ତ କେତେକଣ ଯୋଜନା ସୁବିଧା ସୁଯୋଗ ସୃଷ୍ଟି କରୁଛନ୍ତି ।କିନ୍ତୁ ଏହି ସଭ୍ୟ ସମାଜରେ ଏଭଳି ବିକୃତ ମାନସିକଧାରି ମଣିଷ ଅଛନ୍ତି ଯେକି ଭୃଣହତ୍ୟା ଓ ଶିଶୁକନ୍ୟା ହତ୍ୟା କରିବାକୁ ପଛ ଉ ନାହାନ୍ତି ।ଏଭଳି ଏକ ସ୍ପର୍ଶ କାତର ଘଟଣା ଦେଖିବାକୁ ମିଳିଛି ସାଲେପୁର ବ୍ଲକ ଅନ୍ତର୍ଗତ ବଟେଶ୍ଵର ଗ୍ରାମର ନଦୀପଠାରେ ।ଗତକାଲି ଏକ ଜରିବସ୍ତା ରେ ଏକ ଶିଶୁ କନ୍ୟା ପଶି ନଦୀପଠା ରେ ପଡିଥିବାର ଲୋକେ ଦେଖିଥିଲେ ।ଲୋକେ ଦମକଳବାହନିଙ୍କୁ ଓ ପୋଲିସକୁ ଫୋନ କରି ଜଣେଇ ଥିଲେ ।ଅଗ୍ନିଶମ ବାହିନୀ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସାଲେପୁରକୁ ନେଇଥିଲେ ।

ଡାକ୍ତର ସେଠାରେ ଶିଶୁଟି ମୃତ ଘୋଷଣା କରିଥିଲେ ।ଦେଖିଲେ ତ ଏହି ସଭ୍ୟ ସମାଜ ରେ ବସବାସ କରୁଥିବା ମଣିଷର ବିବେକ ଓ ବୁଦ୍ଧିକୁ ।ଏମାନଙ୍କ ମଣିଷପଣିଆ କୁ ଦେଖିଲେତ।ଧନ୍ୟ ଏ ସଭ୍ୟସମାଜର ମଣିଷ।ଆଜି ଝିଅଟିଏ ପାଠ ପଢି ଘୋଡା ଚଢୁ ଛି ତ ପ୍ରଧାନମନ୍ତ୍ରୀ ହେଉଛୀ ।ନିତିଦିନ ଖବରକାଗଜରେ ଝିଅମାନଙ୍କ ଉନ୍ନତିଓ ସଫଳତା ବିଷୟରେ ଆ ମେ ପଢୁ ଛୁ ହେଲେ କି ଛି ବୁ ଝୁ ନା ହୁଁ ବରଂ ଘଟେଇ ବସୁ ଛୁ ଏଭଳି ଅମାନବୀୟ ବିକୃତ ମସ୍ତିଷ୍କର କାଣ୍ଡ ।ସରକାର ଏହାର ତଦନ୍ତ ତୁରନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରିବା କୁ ସ୍ଥାନୀୟ ଅଞ୍ଚଳରେ ଦାବୀ କରଛନ୍ତି ଲୋକେ |

Comments
Loading...