ନୂଆପଡ଼ା (କୋଶଲ ନ୍ୟୁଜ୍) ରାଜ୍ୟ ସରକାର ପ୍ରମାଣିତ ଅଧିକ ଅମଳ ଧାନ ବିହନ କ୍ରୟ କରି ଚାଷୀ ଠକାମୀର ଶୀକାର ଅଭିଯୋଗ। ସଞ୍ଚିତ ବିହନ ଛାଡି ଅଧିକ ମୂଲ୍ୟ ବିହନରେ ଭଙ୍ଗା ଧାନ, ପୋଲ ରହିଅଛି। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସରକାର ପ୍ରାମାଣିକ ବୋଲି କ୍ରୟ କରିଥିବା ବିହନରେ ଚାଷୀ ଧାନ କିଣି ଠକାମୀରେ ପଡୁଛନ୍ତି।ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ ଗ୍ରାପ ର ଆର୍ତ୍ତତ୍ରାଣ ପୁର ଗ୍ରାମର ଚାଷୀ ଦୁର୍ଯୋଧନ ହଂସ ଓ ତାଙ୍କ ସାଙ୍ଗ ମାନେ ଖଡ଼ିଆଳ ସ୍ଥିତ ଏକ ବିହନ ବିକ୍ରୟ କେନ୍ଦ୍ର ଠାରୁ ସ୍ବର୍ଣ୍ଣା ଓ ୧୧୫୬ ଧାନ ବିହନ କିଣିଥିଲେ।୧୧୫୬ ଧାନ ପ୍ୟାକେଟ କୁ ୪୭୫ ଟଙ୍କା ଦେବାକୁ ପଡୁଥିଲା। ଏହି ୧୧୫୬ ଧାନ ପ୍ୟାକେଟ ଖୋଲିବା ପରେ ୨୦/୩୦ ଭାଗ ଭାଙ୍ଗିଯାଇଥିବା ଜଣା ପଡିଥିଲା। ଆଜି ଦୁର୍ଯ୍ୟୋଧନ ଧାନ ବୁଣିବା ପାଇଁ ବିଲରେ ହଳ ଲଗାଇଥିବାରୁ ବାଧ୍ୟ ହୋଇ ସେହି ଧାନ ବିହନକୁ ବୁଣିଥିଲେ।

ତେବେ ପ୍ରଶ୍ନ ଉଠୁଛି ଏତେ ପରୀକ୍ଷା ନିରୀକ୍ଷା ପରେ ପ୍ରାମାଣିକ ବୋଲି ଅଧିକ ମୂଲ୍ୟରେ ବିହନ ଠକାମୀ ଓ ଶୋଷଣର ଶିକାର ହୁଏ ତାହାହେଲେ ଦାୟୀ କିଏ ?। କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବ କିଏ। ସରକାର ଏହାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ବ୍ୟବସ୍ଥା କରିବା ଦରକାର।