ମୋଦି ଗ୍ୟାରେଣ୍ଟି ର ତଥ୍ୟ ନେଇ ତାଳଚେରର ସବୁ ଘରକୁ ଯିବ ବିଜେପି

ତାଳଚେର (କୋଶଲ ନ୍ୟୁଜ୍): ତାଳଚେର ଦେଉଳବେଡା ଠାରେ ବିଜେପି ତାଳଚେର ବିଧାନସଭା କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଜେପି ଢେଙ୍କାନାଳ ଲୋକସଭା କ୍ଷେତ୍ରର ସଂଯୋଜକ ପ୍ରେମାନନ୍ଦ ଜେନା ଯୋଗଦେଇ ଅନୁଗୁଳ ଜିଲ୍ଲା ତଥା ତାଳଚେର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସେବା ଓ କଲ୍ୟାଣ କାରୀ ଯୋଜନା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ର ଏକ ପ୍ରଚାର ପତ୍ରକୁ ନେଇ ତାଳଚେର ର ସମସ୍ତ ଘର ଘର ବୁଲିବା ପାଇଁ ବିଜେପି କାର୍ଯ୍ୟକର୍ତା ଙ୍କୁ ପରାମର୍ଶ ଦେଇଥିଲେ।ନରେନ୍ଦ୍ର ମୋଦି ସରକାର ର ସେବା ସୁଶାସନ ଓ ଗରିବ କଲ୍ୟାଣ ର ୧୦ ବର୍ଷରେ ତାଳଚେର ସବୁଠୁ ବେଶି ଲାଭର୍ଣ୍ଣିତ ବୋଲି ସେ କହିଛନ୍ତି ।ଏହି ସମସ୍ତ କାର୍ଯ୍ୟ ର ସୂଚୀ ମୋଦି ଗ୍ୟାରେଣ୍ଟି କୁ ନେଇ ତାଳଚେର ର ସବୁ ଘରକୁ ଯିବ ବିଜେପି ବୋଲି ସେ କହିଥିଲେ।

ତାଳଚେର ବିଧାନସଭା କ୍ଷେତ୍ର ର ବିଜେପି ନେତା କାଳନ୍ଦି ସାମଲ ଯୋଗଦେଇ ଅନୁଗୁଳ ଜିଲ୍ଲା ରେ ଜଳ ଜୀବନ ମିଶନ ରେ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଘରକୁ ପାଇପ ଯୋଗେ ପାଣି କନେକ୍ସନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରାଞ୍ଚଳରେ ୫୬୭୦ ଜଣଙ୍କୁ ଘର, ଗ୍ରାମାଞ୍ଚଳରେ ୫୬୭୭୧ ଟି ଘର ,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଜିଲ୍ଲାରେ୯ଲକ୍ଷ ୬୦ ହଜାର ଲୋକଙ୍କୁ ମାସକୁ ୫ କେଜି ମାଗଣା ଚାଉଳ, ସ୍ୱଚ୍ଛ ଭାରତ ଯୋଜନାରେ ୨୪୯୪୫୭ ପରିବାର କୁ ଶୌଚାଳୟ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୧୬୧୪୩୬ ପରିବାର ଙ୍କୁ ମାଗଣା ଏଲପିଜି ଗ୍ୟାସ, ମନରେଗା ରେ ୭୦୦ କୋଟି ଟଙ୍କା ,ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧୪୯ ଟି ରାସ୍ତା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୨୦୭୪୩୭ ଲୋକଙ୍କୁ ବୀମା ସୁରକ୍ଷା,ଏଭଳି ସମସ୍ତ ଯୋଜନା ରେ ଅନୁଗୁଳ ଜିଲ୍ଲା ଓ ବିଶେଷ ଭାବେ ତାଳଚେର ଲାଭର୍ଣ୍ଣିତ ହୋଇଛି।ତାଳଚେର ସାର କାରଖାନା ର ପୁନରୁଦ୍ଧାର ପାଇଁ ୧୩୦୦୦ କୋଟି, ଥର୍ମାଲ ପ୍ଲାଣ୍ଟ ପାଇଁ୧୦୦୦୦କୋଟି, କଟକ ସମ୍ବଲପୁର ଜାତୀୟ ରାଜପଥ,ତାଳଚେର ଡୁବୁରୀ ଜାତୀୟ ରାଜପଥ ସେହିଭଳି ଜିଲ୍ଲାର ସମସ୍ତ ଜାତୀୟ ରାଜପଥ କୁ ଚାରି ଲାଇନ ପାଇଁ ହଜାର ହଜାର କୋଟି ବ୍ୟୟ ବରାଦ, ଅନୁଗୁଳ ସୁକିନ୍ଦା ନୂତନ ରେଳ ଲାଇନ ,ତାଳଚେର ବିମଳାଗଡ଼ ନୂଆଁ ରେଳ ଲାଇନ ପାଇଁ ପ୍ରଚୁର ଅର୍ଥ ଏଭଳି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ମୋଦି ସରକାର ଙ୍କ ର ଗ୍ୟାରେଣ୍ଟି ବୋଲି ଶ୍ରୀ ସାମଲ କହିଛନ୍ତି।

ଜିଲ୍ଲା ରେ ମୋଦି ସରକାର ଡିଏମ ଏଫ ଫଣ୍ଡ ଗଠନ କରି ବାର୍ଷିକ୧୦୦୦ କୋଟି ରୁ ଉର୍ଦ୍ଧ୍ବ ଜିଲ୍ଲା ର ବିକାଶ ପାଇଁ ଦେଇଛନ୍ତି।ସମସ୍ତ ତଥ୍ୟ କୁ ନେଇ ବିଜେପି କାର୍ଯ୍ୟକର୍ତା ମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ବୋଲି ସେ କହିଛନ୍ତି।ତାଳଚେର ରେ ବିଜେଡ଼ି ଓ ବିଧାୟକ, ସାଂସଦ କଣ କରିଛନ୍ତି ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।ତାଳଚେର ର ବିକାଶ ଯାହାବି ହୋଇଛି କେବଳ ମୋଦି ସରକାର ଯୋଗୁଁ, ରାଜ୍ୟ ବିଜେଡି ସରକାର ତାଳଚେର ପାଇଁ ସ୍ୱତନ୍ତ୍ର ଭାବେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିନାହିଁ ବୋଲି ସେ କହିଛନ୍ତି।ତାଳଚେର ମେଡିକାଲ କଲେଜ ଦୀର୍ଘ ୫ବର୍ଷ ହେବ ସ୍ୱପ୍ନ ପାଲଟିଛି,ସାଂସଦ ବିଧାୟକ କଣ କରୁଛନ୍ତି ବୋଲି ସେ କହିଛନ୍ତି। ଆଜିର ଏହି କର୍ମଶାଳା ରେ ବିଧାନସଭା ବିସ୍ତାରକ ଭକ୍ତ ବତ୍ସଳ ବସ୍ତିଆ, ସଂଯୋଜକ, ସମସ୍ତ ୬ ଟି ମଣ୍ଡଳ ର ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Comments
Loading...