ସୁନ୍ଦରଗଡ଼ ପୋଲିସ ତରଫରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ

ସୁନ୍ଦରଗଡ଼ ଜିଲ୍ଲା ପୋଲିସ ଆଉ ଏକ ମାନବୀୟ ପଦକ୍ଷେପ ଆରମ୍ଭ କରିଛି । ସୁନ୍ଦରଗଡ , ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରାଞ୍ଚଳରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ସହ ଆବଶ୍ୟକୀୟ ସାହାଯ୍ୟ କରିବା ନେଇ ପୋଲିଶ ସେବା ଯୋଡିଛି ।

ସୁନ୍ଦରଗଡ଼ ( କୋଶଲ୍ ନିଉଜ) : କୋଭିଡ ମହାମାରୀ ସମୟରେ କୌଣସି ବ୍ୟକ୍ତି ବିଶେଷ ଯେପରି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ ହୁଅନ୍ତି ଏବଂ ଅନାହାରରେ ନ ରୁହନ୍ତି ସେ ନେଇ ଜିଲ୍ଲା ପୋଲିଶ ଗୋଟିକ ପରେ ଗୋଟିଏ ଉଦ୍ୟମ ଜାରି ରଖିଛି । କୋରୋନା ମହାମାରୀ ସମୟରେ କେହି କାହାର ଖବର ରଖିବାକୁ ଚାହୁଁ ନ ଥିବା ବେଳେ ସୁନ୍ଦରଗଡ ପୋଲିଶ ଏକ ଐତିହାସିକ ଯୋଜନା ଆରମ୍ଭ କରିଛି । କେବଳ ଏହି ମହାମାରୀ ନୁହେଁ ମହାମାରୀ ପରେ ମଧ୍ୟ ଏହି ସେବାକୁ ଚାଲୁ ରଖିବା ନେଇ ସୁନ୍ଦରଗଡ ଏସପି ନିଷ୍ପତ୍ତି ନେଇଛନ୍ତି । ସୁନ୍ଦରଗଡ , ରାଜଗାଙ୍ଗପୁର ଓ ବୀରମିତ୍ର ପୁର ପୌରପାଳିକାରେ ଯେଉଁ ସମସ୍ତ ବରିଷ୍ଠ ନାଗରିକ ମାନେ ଏକୁଟିଆ ରହୁଛନ୍ତି ବା ବେସାହାରା ଭାବେରେ ଜୀବନ କାଟୁଛନ୍ତି ସେହି ସମସ୍ତ ଭଦ୍ର ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟା ବୁଝିବା ପାଇଁ ଜିଲ୍ଲା ପୋଲିଶ ଅଣ୍ଟା ଭିଡିଛି । ଆଜି ପ୍ରଥମ ପର୍ଯ୍ୟାଯରେ ୫୦୦ ବରିଷ୍ଠ ନାଗରିକଙ୍କର ତାଲିକା ପ୍ରସ୍ତୁତ କରି ସେମାନଙ୍କ ନିକଟରେ ଗୋଟିଏ ଗୋଟିଏ ପରିଚୟ ପତ୍ର ପହଞ୍ଚାଇ ସେମାନଙ୍କ ସୁବିଧା ଅସୁବିଧା କଥା ବୁଝିବା ଆରମ୍ଭ କରିଛି । ଏ ନେଇ ସୁନ୍ଦରଗଡ ଏସପିଙ୍କ କାର୍ଯ୍ୟାଳୟରେ ସିନିୟର ସିଟିଜେନ ସେଲ ଖୋଲିବା ସହ ୨୪ ଘଣ୍ଟିଆ ଜରୁରୀ ସେବା ଦେବା ନେଇ ବ୍ୟବସ୍ଥା ହୋଇଛି। ବରିଷ୍ଠ ନାଗରିକ ମାନେ ତାଙ୍କର ସୁବିଧା ଓ ଅସୁବିଧା ନେଇ ସିଧା ସଳଖ ହ୍ୱାଟ୍ସଅପ ନମ୍ବର ମାଧ୍ୟମରେ ଏସପି ସୁନ୍ଦରଗଡଙ୍କ ସହ କଥା ବାର୍ତ୍ତା ହୋଇ ପାରିବେ । ଏହା ସହ ସେମାନଙ୍କ ଅସୁବିଧା ପ୍ରକାଶ କରିପାରିବେ ବୋଲି ଏସପି କହିଛନ୍ତି । ତେବେ ଏ ନେଇ ସେ ପରିଚୟ ପତ୍ରରେ ପଛ ପଟେ ଦୁଇଟି ନମ୍ବର ଉଲ୍ଲେଖ କରିଛନ୍ତି । ସେହି ଗୁଡିକ ହେଲା – ( Police Helpline )- 06622-272218whatsapp- 9438916954
ଏହା ସହ ସଂପୃକ୍ତ ବ୍ୟକ୍ତି ମାନେ ଯଦି ଖାଦ୍ୟ ପାଇବା ନେଇ ପୋଲିଶକୁ ସୂଚନା ଦିଅନ୍ତି ତେବେ ସେମାନଙ୍କୁ ମାଗଣାରେ ଦୁଇ ଓଳି ରନ୍ଧା ଖାଦ୍ୟ ପହଞ୍ଚାଇବା ନେଇ ପୋଲିଶ ବ୍ୟବସ୍ଥା କରିବ ବୋଲି ଏସପି ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି ।

Comments
Loading...