ତାଲା ବନ୍ଦରେ ଚାଲିଛି ମଦ ବିକ୍ରି ସେପଟେ ନିରବ ଦ୍ରଷ୍ଟା ସାଜିଛି ପୋଲିସ ଓ ଅବକାରୀ ବିଭାଗ

କଳାହାଣ୍ଡି : (କୋଶଲ ନ୍ୟୁଜ) ସମଗ୍ର ରାଜ୍ଯରେ କରୋନା ମହାମାରୀ କୁ ରୋକିବା ପାଇଁ ତାଲା ବନ୍ଦ ଘୋଷଣା କରିଛନ୍ତି ସରକାର l ଏପରି କି ଯାନ ବାହାନ ଚଳାଚଳ ବନ୍ଦ ସାଙ୍ଗକୁ ଅତ୍ଯାବଶ୍ଯକ ଦୋକାନ କୁ ବାଦ ଦେଲେ ସମସ୍ତ ଦୋକାନ ବଜାରକୁ ମଧ୍ଯ ବନ୍ଦ ରଖାଯାଇଛି l କିନ୍ତୁ ଏହାର ଫାଇଦା ଉଠାଉଛନ୍ତି ଦେଶି ମଦ ଦୋକାନୀ l ଅନ୍ଯପଟେ ମଦ ଭାଟିରେ ମଦ ବିକ୍ରୟ କରିବା ପାଇଁ ସରକାର ଙ୍କ ନିୟମ ରହିଛି l କିନ୍ତୁ ଭାଟି ମ୍ଯାନେଜର ଙ୍କ ଲାଭଖୋର ମନବୃତ୍ତି ଯୋଗୁଁ ଗାଁ ଗାଁ ରେ ଚାଲିଛି ଦେଶି ମଦ ବିକ୍ରି l ତେବେ କରୋନା ମହାମାରୀ କାରଣରୁ ସାରା ରାଜ୍ଯ ଏବେ ତାଲା ବନ୍ଦ ରହିଥିବା ଯୋଗୁଁ ଏହାରି ଫାଇଦା ଉଠାଉଛନ୍ତି ଗାଁ ମାନଙ୍କରେ ରହିଥିବା ମଦ କୁଚିଆ l ୨୫-୩୦ ଟଙ୍କା ରେ ବିକ୍ରି ହେଉଥିବା ମଦ ପ୍ଯାକେଟ୍ ଗୁଡିକୁ ୪୦-୫୦ ଟଙ୍କାରେ ବିକ୍ରି କରୁଛନ୍ତି କୁଚିଆ l ଏପରି ଏକ ଶୋଷଣ ନିତି ଚିତ୍ର ଆସିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ କୁଶୁର୍ଲା ମଦ ଭାଟିରୁ l ଏହି ମଦ ଭାଟି ଅନ୍ତର୍ଗତ ରେ ଥିବା ରେଗଡା ,କଣ୍ଡରେଇ,ଖଲିଆପାଲି ,ବୋରପଦର,ସାପଲହରା,ଗୁଚ୍ଛାପଡା ଗାଁରେ ବିଶେଷ ଭାବରେ ଚାଲିଛି ଦିନ ଦି ପହରେ ଖୁଲମ୍ ଖୁଲା ଅବାଧରେ ମଦ ବିକ୍ରି l ଆଉ ଏଇ ମଦ ପ୍ଯାକେଟ୍ ଆସୁଛି ସ୍ଥାନୀୟ ମଦ ଭାଟିରୁ l ତେବେ ଖଟିଖିଆ ଓ ଦିନ ମଜୁରିଆ ନିଜ କଷ୍ଟ ଉପାର୍ଜିତ ଅର୍ଥ କୁ ନିଜର ପୁଞ୍ଜି ବିନିଯୋଗ ରେ ଲଗାଇବା ପାଇଁ ଦିନରାତି କୁଲି ମଜୁରି କରୁଛନ୍ତି l କିନ୍ତୁ ଏହି ଅସାଧୁ ମଦଭାଟି ମ୍ଯାନେଜର ଏବଂ ମଦ କୁଚିଆଙ୍କ ଲାଭ ଖୋର କୁଟ ନିତିର ଚକ୍ରବ୍ଯୁ ରେ ପଡି ଶେଷବୁ ଅର୍ଥକୁ ସାରି ଦେଉଛନ୍ତି ଲୋକେ l ଯାହା ଫଳରେ ପରିବାର ରେ ବ୍ଯବହାର ହେଉଥିବା ଚାଉଳ ,ଡାଲି,ପନିପରିବା,ତେଲ ଓ ଲୁଣ ଭଲି ଅତ୍ଯାବଶ୍ଯକ ସାମଗ୍ରୀ କିଣିବାକୁ ପାଖରେ ଅର୍ଥ ରହୁନାହିଁ l ଏପରି ସ୍ଥିତିରେ ପରିବାର ରେ ଅନେକ ସମସ୍ଯା ଦେଖା ଦେବା ସହ ରଣକ୍ଷେତ୍ର ପାଲଟି ଯାଉଛି l ଆଉ ଏହି ରଣକ୍ଷେତ୍ର ରେ ନିର୍ଯାତନା ର ଶିକାର ହେଉଛନ୍ତି ଅନେକ ଝିଅ ବୋହୁ l ଅନ୍ଯପଟେ ଉଠା ଦୋକାନ ଠୁ ଆରମ୍ଭ କରି ହୋଲ୍ ସେଲ୍ ଦୋକାନ ପର୍ଯ୍ଯନ୍ତ ସମସ୍ତ ଙ୍କୁ ବନ୍ଦ ଘୋଷଣା କରିଛନ୍ତି ସରକାର l ଫଳରେ ଏହି ଦୋକାନୀମାନେ ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ରେ କଷ୍ଟ ସାଧ୍ଯ ହୋଇ ପଡୁଥିବା ମତ ପ୍ରକାଶ କରିଛନ୍ତି ଦୋକାନୀ l ତେବେ ସାଧାରଣ ଲୋକଙ୍କ କହିବା ଅନୁସାରେ ଜଣେ ରାସ୍ତା କଡର ଉଠା ଦୋକାନୀ ହେଉ ଅବା ବୁଲା ବେପାରୀ ନିଜ ସାମଗ୍ରୀ ବିକ୍ରି କଲେ ଯାଇ ନିଜ ପରିବାର ପ୍ରତିପୋଷଣ କରୁଛି l କିନ୍ତୁ ସରକାର ଙ୍କ ମାରଣା ନିତି ଯୋଗୁଁ ସକାଳ ୬ ଟାରୁ ଦିନ ୧୨ ପର୍ଯ୍ଯନ୍ତ ଅତ୍ଯାବଶ୍ଯକ ଦୋକାନ ଖୋଲା ରହିବ l ଆଉ ଯେତକ ସମୟ ବାକି ରହିଲା ଶେଷବୁ ସମୟ ରେ ତାଲାବନ୍ଦ ରହିବ l କିନ୍ତୁ ଏହା ହେଉଛି ଅତି ବିଡମ୍ବନାର ବିଷୟ ଯେଉଁଥିରେ ମଣିଷ ନିଜର ଜିବନ ଜାପନ କରୁଛି ସେଥିରେ ଲାଗିଛି ରୋକ୍ l କିନ୍ତୁ ତାଲାବନ୍ଦ ସମୟରେ ମଦଭାଟି ରୁ ଆସୁଛି ମଦ l ଏବଂ ତାହା ପୁଣି ଦିନ ଦି ପହରେ ଖୁଲମ୍ ଖୁଲା ରେ ଚାଲିଛି ମଦ ବିକ୍ରି l ତେବେ ସରକାର ଏସବୁ କୁ ବନ୍ଦ କରିବା ପାଇଁ ପୋଲିସ ଓ ଅବକାରୀ ବିଭାଗ କୁ ଦାୟିତ୍ବ ଦେଇଛନ୍ତି l କିନ୍ତୁ ମ.ରାମପୁର ପୋଲିସ ଏବଂ ଅବକାରୀ ବିଭାଗ ର ବାବୁମାନଙ୍କର ଦୃଷ୍ଟି ଗୋଚର ରେ ଆସୁନି ନା ଜାଣି ସୁଣି ଭାଟି ମାଲିକ ଙ୍କ ମିଲି ଭଗତରେ ଏସବୁ ଚଲିଛି l ଏନେଇ ଏବେ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି l

Comments
Loading...