ସ୍ନାୟୁ ରୋଗୀ ବିକେସ ଙ୍କୁ ସାହାଯ୍ୟ ର ହାତ ବଢାଇଲେ ସ୍ୱଇଛା ପରିବାର

ସମ୍ବଲପୁର (କୋଶଲ ନ୍ୟୁଜ) ବାହାମ- ଯୁଯୁମୁରା ବ୍ଲକ ଅନ୍ତର୍ଗତ ବାହାମ୍ ଗ୍ରାମ ପଞ୍ଚାୟତ ର ଦୁଙ୍ଗୁରି ପାଲି ଗାଁ ର ବୀକେଶ ଗର୍ଦିଆ (୨୦) ଯିଏ କି ଦୀର୍ଘ ଦୁଇ ବର୍ଷ ହେବ ସ୍ନାୟୁ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। କିଛି ଦିନ ତଳେ ସୋସିଆଲ ମିଡ଼ିଆ ଦ୍ଵାରା ଖବର ପାଇ ସମ୍ବଲପୁର ର ସ୍ୱଇଛା ପରିବାର ବୀକେଶ ଙ୍କ ଘରକୁ ପହଞ୍ଚିଥିଲା। ସେ ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନଥିବା ଜାଣିପାରିଥିଲା ସ୍ୱଇଛା ପରିବାର,ତୁରନ୍ତ ଏକ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ବୀକେଶ କୁ ନେଇଥିଲା। ଏକ ଡ଼ାକ୍ତରୀ ଟିମ୍ ଦ୍ଵାରା ଚିକିତ୍ସା ହୋଇ ଘରକୁ ଫେରି ଆସିଲେ। ଏକ ମାସ ପରେ ବିକେଷ କୁ ଭୁବନେଶ୍ୱର କୁ ପଠାଯିବ ବୋଲି ସ୍ୱଇଛା ତରଫରୁ କୁହାଯାଇଛି । ଵିକେଶ ପୁଣି ଚାଲିକି ଗାଁ ରେ ବୁଲିବା, କଲେଜ ଯିବ ବୋଲି ସ୍ୱଇଛା ପରିବାର କହିଛି।ଆଜି ଏକମାସ ର ରାସନ୍ ସାମଗ୍ରୀ,ଏୟାର ବେଡ, କିଛି ଔଷଧ ତାଙ୍କ ଘର ଲୋକକୁ ସ୍ୱଇଛା ପରିବାର ତରଫରୁ ବିତରଣ କରାଯାଇଛି।ସଂଗଠନ ପକ୍ଷରୁ ସୁନୀଲ ସେଠ, ଧର୍ମେନ୍ଦ୍ର ପଟ୍ଟନାୟକ, ସହଦେଵ ମୁଣ୍ଡ, ଶ୍ରୀରାମ ପିଣ୍ଟୁ, ସୁମନ ସୌରଭ ପରିଛା, ଆକାଶ ବିଶ୍ୱକର୍ମା, ସୌମ୍ୟ ବଡ଼ପଣ୍ଡା, ଆର୍ତତ୍ରାଣ ଶତପଥି, ସ୍ନେହଲତା ଜୟପୁରିୟା, ପ୍ରକାଶ ଲୁହା, ଚନ୍ଦନା ପ୍ରଧାନ ସିକନ୍ଦର ଆଲାମ, ଅଙ୍କିତା ମେହେର ହିମାଂଶୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ

Comments
Loading...