ଆଦିବାସୀଙ୍କୁ ଗାଁରୁ ତଡିବା ଘଟଣାରେ ଦୋଷୀଙ୍କୁ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ କରାଯିବ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଆମପାଣି ଥାନା, ଗୋତୋମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜ୍ ଖୋଳ ଜଙ୍ଗଲରେ ରହୁଥିବା ଫତାପାଣି ଓ ଡୁମେରପାଣି ଗାଁ ର ୪୦ ଆଦିବାସୀ ପରିବାର କୁ ଅତ୍ୟାଚାର, ମାଡ଼ପିଟ୍ ଓ ତଡିଦେବା ଘଟଣାକୁ କଳାହାଣ୍ଡି All Odisha Schedule Caste Federation ତୀବ୍ର ନିନ୍ଦା କରିଛି। AOSCF କଳାହାଣ୍ଡି ଶାଖାର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ AOSCF ର ସାତ ଜଣିଆ ଦଳ ସାହାଜ୍ ଖୋଲ୍ ଜଙ୍ଗଲକୁ ଯାଇ ଆଦିବାସୀମାନଙ୍କୁ ସାକ୍ଷାତ କରି ସେମାନଙ୍କ ପ୍ରତିକ୍ରିୟା ଆଣିଛନ୍ତି।

ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱରେ ଥବିର ବାଗ,ଧବଳେଶ୍ଵର ନାଗ, କୌସିକ ଦୂରିଆ, ଶ୍ରୀକାନ୍ତ ଛତ୍ରିଆ,ବିରଞ୍ଚି ଜାଲ ଏବଂ ଲକ୍ଷ ଜ୍ୟୋତି ଜାଲ ଗ୍ରାଉଣ୍ଡ ଜିରୋ କୁ ଯାଇ ଆଦିବାସୀ ମାନଙ୍କୁ ଭେଟି ସମସ୍ତ ସତ୍ୟ ଘଟଣା ଜାଣିବା ପରେ ଘଟଣାରେ ସଂପୃକ୍ତ ଥିବା ଗୋତୋମୁଣ୍ଡା ବନ ସୁରକ୍ଷା କମିଟିର ସଭାପତି, ସଦସ୍ୟମାନଙ୍କୁ ତୀବ୍ର ନିନ୍ଦା କରି କହିଛନ୍ତି କି ଗଣତନ୍ତ୍ରରେ ଆଇନ୍ କୁ ହାତକୁ ନେବା କ୍ଷମତା କିଏ ଦେଲା ? ଯାହା ହୋଇଥାନ୍ତା ଆଇନ୍ ଅନୁସାରେ ହୋଇଥାନ୍ତା ବୋଲି କହିଛନ୍ତି।ଆମପାଣି ପୋଲିସ୍ କିମ୍ବା କଳାହାଣ୍ଡି ପୋଲିସ୍ ପ୍ରଶାସନ ଯଦି ଦୋଷୀମାନଙ୍କୁ ଗିରଫ କିମ୍ବା ନ୍ୟାୟ ପ୍ରଦାନ ନ କରେ ତାହେଲେ AOSCF ତରଫରୁ ଆମପାଣି ଥାନା ଘେରାଉ କରାଯିବ ବୋଲି ଏହି ସାତ ଜଣିଆ ଦଳ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Comments
Loading...