କ୍ୟାନ୍ସର ରୋଗୀ ମହିଳାଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ

ସମ୍ବଲପୁର (କୋଶଲ ନ୍ୟୁଜ) ଗୋବିନ୍ଦତୋଲା ନିବାସୀ ସନ୍ତୋଷିନୀ ଗୌଡ଼ ନାମକ ଜଣେ ମହିଳା ଦୀର୍ଘ ଦିନ ହେଲା ଗଲା କର୍କଟ ରୋଗରେ ପୀଡିତ ଥିଲେ, ହେଲେ ଅବସ୍ଥା ଗୁରୁତର ହେବାରୁ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱର ଯିବାକୁ ଦରକାର ପଡିଥିଲା କିନ୍ତୁ ଅର୍ଥ ଅଭାବରୁ ସେ ଯାଇପାରୁନଥିଲେ, ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସ୍ୱଇଚ୍ଛା ସଂଗଠନ ର କର୍ମ କର୍ତା ସାହାଯ୍ୟ ର ହାତ ବଢ଼େଇ କିଛି ଆର୍ଥିକ ସାହାଯ୍ୟ ଦେଇ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର AIIMS କୁ ପଠା ଯାଇଥିଲା, ଭୁବନେଶ୍ୱର ର ୟୁମିଦେନ୍ ସଂଗଠନ ସେଠାରେ ତାଙ୍କ ର ସମସ୍ତ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଛି,
ସଂଗଠନ ପକ୍ଷରୁ ରାଜାରାମ ପାଢ଼ୀ (ସାମ୍ବାଦିକ ) ଗୁଣମଣି ବିଶ୍ୱାଳ(ସାମ୍ବାଦିକ), ଧର୍ମେନ୍ଦ୍ର ପଟ୍ଟନାୟାକ (ସାମ୍ବାଦିକ), ଆର୍ତତ୍ରାଣ ଶତପଥି, ମଧୁସୁଦନ ସୁବୁଦ୍ଧି, ମୋହିତ ନାୟକ, ଅନୁଜ ଜେନା, ସୁଶ୍ରୀ ମହାପାତ୍ର, ସୌମ୍ୟ ବଡ଼ପଣ୍ଡା, ସ୍ନେହ ଲତା ଜୟପୁରିୟା, ସତ୍ୟ ନାରାୟଣ ପାଣିଗ୍ରାହୀ, ହିମାଂଶୁ ବେହେରା, ଶ୍ରୀକାନ୍ତ ପ୍ରଧାନ, କିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ କରିଥିଲେ

Comments
Loading...