ନୂଆପଡା (କୋଶଲ ନ୍ୟୁଜ୍) ଜିଲ୍ଲା ବୋଡେ଼ନ ବ୍ଲକ ଭଇସାଦାନୀ ଗ୍ରାମରେ ମାଁ ବାପା ହରାଇ ଥିବା ଦୁଇ ନାବାଳକ ଙ୍କୁ ସରକାରୀ ଯୋଜନାରେ ସାମିଲକରିବାପାଇଁ ଗତ କିଛିଦିନ ତଳେ ଗ୍ରାମବାସୀ ଙ୍କ ତରଫରୁ ଅନୁରୋଧ କରାଯାଇଥିଲା.ଯାହେଉ ବହୁତ ଶୀଘ୍ର ବୋଡେ଼ନ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ଭୋଇ ଅନୁରୋଧକୁ ରକ୍ଷାକରି ଆଜି ଖାଉଟି କାର୍ଡ ପ୍ରଦାନ କରିଛନ୍ତି। ସାବେତ୍ରୀ ପହରିଆ ଏବଂ ଧନସିଂ ପହରିଆ ଏକ ବର୍ଷ ବ୍ୟବଧାନରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଦୁଇ ନାବାଳକ ଅସ୍ମିତା ପହରିଆ ଏବଂ ପଣ୍ଡିତ ପହରିଆ ବେସାହାରା ହୋଇପଡିଥିଲେ । ପ୍ରଶାସନ ପକ୍ଷରୁ ସହଯୋଗର ହାତ ବଢ଼ାଇ ତାଙ୍କ ପାଇଁ ଖାଦ୍ୟ ଯୋଜନାରେ ସାମିଲ କରିଛନ୍ତି। ବୋଡେ଼ନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭୋଇ,ବ୍ଲକ ଅଧ୍ୟକ୍ଷା ପ୍ରେମସିଲା ନାଗ, ପ୍ରତିନିଧି ରାଜ ନାଗ ଅନାଥ ଦୁଇ ନାବାଳକଙ୍କୁ ଅନ୍ତଦୟ ଅନ୍ନ ଯୋଜନାରେ କାର୍ଡ ପ୍ରଦାନ କରି ପ୍ରତି ମାସରେ ୩୫ କିଲୋଗ୍ରାମ ଚାଉଳ ପାଇବାପାଇଁ ବନ୍ଦୋବସ୍ଥ କରି ଆଜି ବୋଡେ଼ନ ବାସୀଙ୍କ ନିକଟରେ ପ୍ରସଂସାର ପାତ୍ର ହୋଇପାରିଛନ୍ତି। ଏହାସହିତ ଦୁଇ ନବାଳକଙ୍କୁ ପୋଷାକ ଓ ସୁଖା ଖାଦ୍ୟ ପ୍ରଦାନ କରିଛନ୍ତି।
