ଅସହାୟ ଭିନ୍ନକ୍ଷମ ମାନଙ୍କ ସାଥିରେ ଜନ୍ମ ଦିନ ପାଳନ କଲେ ଖଡ଼ିଆଳ ଯୁବ କଂଗ୍ରେସ ନେତା ରାହୁଲ ଜାଲ ଯାଦବ

ନୂଆପଡା ( କୋଶଲ ନ୍ୟୁଜ୍ ) ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀ ର ଯୁବ କଂଗ୍ରେସ ନେତା ରାହୁଲ ଜାଲ ଯାଦବ ଅସହାୟ ଭିନ୍ନକ୍ଷମ ମାନଙ୍କ ସାଥିରେ ଜନ୍ମ ଦିନ ପାଳନ କରି ଅଞ୍ଚଳରେ ଏକ ଉଦାହରଣ ପଲାଟିଛନ୍ତି l ତାଙ୍କ ଜନ୍ମଦିନରେ ଖଡିଆଳ ବ୍ଲକ ଅନ୍ତର୍ଗତ ବିଜେପୁର ସ୍ଥିତ ଅସହାୟ ଭିନ୍ନକ୍ଷମ ସେବାଶ୍ରମ ରେ ଶାରୀରିକ ଓ ମାନସିକ ଭାବେ ଭିନ୍ନକ୍ଷମ ମାନଙ୍କୁ ଶୁଖିଲା ରାସନ ସମାଗ୍ରୀ ବଣ୍ଟନ କରିବା ସହ ତାଙ୍କ ଗହଣରେ କେକ୍ କାଟି ଜନ୍ମ ଦିନ ପାଳନ କରିଥିଲେ l ଶ୍ରୀ ଜାଲ ସମସ୍ତ ଙ୍କୁ ଗରିବ, ଅସହାୟ ଓ ପୀଡିତା ସହିତ ଜନ୍ମଦିନ ପାଳନ କରି ବହୁତ୍ ଖୁସି ଅନୁଭବ କରୁଛି ବୋଲି ମତବ୍ୟକ୍ତ କରିଥିଲେ l

ରାସନ ସମାଗ୍ରୀ ବଣ୍ଟନ ସମୟରେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶାହରୁଖ୍ ଖାନ୍, ଯୁବନେତା ଶିବ ନିଆଲ, ଅଭିଜିତ କଶ୍ୟପ, ସମୀର ଜାଲ, ବବଲୁ ମାଝୀ, ଜୟଦେବ ବନଛୋର ଓ ଶିବା ପ୍ରମୁଖ ସହଯୋଗ କରିଥିଲେ l

Comments
Loading...