ଖଡିଆଳ ଥାନା ଖୁଦପେଜ ଗାଁ ନିକଟ ରେ ବାଇକ ଓ ସ୍କୁଟି ମଧ୍ୟ ରେ ମୁହାମୁହିଁ ଧକ୍କା ୩ ମୃତ ୩ ଗୁରୁତ୍ତର

ନୂଆପଡା(କୋଶଲ ନ୍ୟୁଜ) ନୂଆପଡା ଜିଲ୍ଲା ଖଡିଆଲ ବ୍ଲକ ଖଡ଼ିଆଳ ରୁ ବୋଡେ଼ନ ଯିବା ମୁଖ୍ୟ ରାସ୍ତା ଖୁଦପେଜ ଗ୍ରାମ ଠାରେ ଦୁର୍ଘଟଣା।ବାଇକ ସହ ସ୍କୁଟି ଧକା ହେବାଫଲରେ ଘଟଣା ସ୍ଥଳରେ ହୀ 3 ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ 3 ଜଣ ଗୁରୁତ୍ବର ଅବସ୍ଥାରେ ଡାକ୍ତର ଖାନା ରେ ଅଛନ୍ତି।ମୃତକ ମଧ୍ୟରୁ ଜଣେ ମହିଲା ଅଛନ୍ତି।ମୃତକ ହେଲେ ହରିପ୍ରିୟ ପ୍ରଧାନୀ ଯୁବକ ବବ୍ଲୁ ରାଉତ କପିଲ ରଣା।ମଙ୍ଗଳବାର ଦିନ ସନ୍ଧ୍ୟା ରେ ଖୁଦପେଜ ଗାଁରେ ହରିପ୍ରିୟା ପ୍ରଧାନୀ ପରିବାର ସହ ବାଇକରେ ରେ ଖଡ଼ିଆଳ ରୁ ଆସୁଥିବା ସମୟରେ ବିପରୀତ ଦିଗରୁ ସ୍କୁଟି ଯୋଗେ 3 ଜଣ ଯୁବକ ଆସୁଥିଲେ ଭାରସାମ୍ୟ ହରାଇ 2ଟି ଗାଡ଼ି ମୁହାଁ ମୁହିଁ ହୋଇ ଧକା ହୋଇଥିଲା।ଫଳରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକ ହରିପ୍ରିୟା ଙ୍କୁ ସ୍ଥାନୀୟ ଗାଁ ର ହୋଇଥିବାରୁ ତାଙ୍କ ମୃତ ଦେହ ରଖି ରାସ୍ତା ଅବରୋଧ ସହ କ୍ଷତି ପୂରଣ ଦାବି କରିଥିଲେ।ଘଟଣା ସ୍ଥଳରେ ଖଡ଼ିଆଳ ଅତିରିକ୍ତ ତହସିଲଦାର ଓ ପୋଲିସ ପହଞ୍ଚି ବୁଝା ସୁଝା କରି ରେଡ଼କ୍ରୋସ ତରଫରୁ 10000 ଟଙ୍କା ଦେବା ପରେ ରାସ୍ତା। ରୁ ହଟିଥିଲେ।

Comments
Loading...