
ନୂଆପଡ଼ା : ମା ବାପା ଅରପାରିକୁ ଚାଲିଗଲା ପରେ ବେସାହାରା ହୋଇପଡିଛନ୍ତି।ବଡ଼ଝିଅ ଆହୁମତି ପହରିଆ ବୟସ 12 ବର୍ଷ ଓ ପୁଅ ପଣ୍ଡିତ ପହରିଆ 5 ବର୍ଷ ବହୁତ କମ ବୟସରେ ବାପା ମା ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଢ଼ିଛନ୍ତି ଦୁଇ ଭଉଣୀ ଭାଇ ।ଗାଁ ର ପିଉସା ଘରେ ଏବେ ଆଶ୍ରୟ ନେଉଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭାଇସାଦାନୀ ଗ୍ରାମରେ।ଗୋଟିଏ ବର୍ଷ ମଧ୍ୟରେ ବାପା ଓ ମା ଙ୍କୁ ହରାଇ ବର୍ତମାନ ଜୀବନ ସହ ସଂଘର୍ଷ କରୁଛନ୍ତି।ଏକ ବର୍ଷ ପୂର୍ବେ ବାପା ଧନସିଂ ପହରିଆ ମୂର୍ତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ସାବିତ୍ରୀ ପହରିଆଙ୍କୁ ସରକାରଙ୍କ ସହାୟତା ପାଇଁ ଗ୍ରାମବାସୀ ଅନୁରୋଧ କରିଥିଲେ ସରକାରଙ୍କ ପକ୍ଷ୍ୟ ରୁ ବିଧବା ଭତ୍ତା ପ୍ରଦାନ କରାଗଲା ସେହି ବିଧବା ଭତ୍ତା ରେ ପାଉଥିବା ଟଙ୍କା ରେ ନିଜ ପରିବାର ଖର୍ଚ୍ଚ ମେଣ୍ଟାଉଥିଲେ କିନ୍ତୁ ଏବେ ମା ମଧ୍ୟ ଅରପାରିକୁ ଚାଲିଗଲାପରେ କୁନି ଭଉଣୀ ଭାଇ ବଂଚିବାପାଇଁ ବହୁ କଷ୍ଟକର ହେଉଛି ବୋଲି ସ୍ତାନୀୟ ଲୋକେ ମତ ପ୍ରକାଶ କରିଛନ୍ତି।ସେ ମାନଙ୍କ ଭଲ ଘର ଖଣ୍ଡିଏ ମଧ୍ୟ ନାହିଁ ଚାଲ କୁଡ଼ିଆ ଘରେ ସେମାନେ ରହୁଛନ୍ତି।ସେମାନଙ୍କୁ ଯଦି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜ୍ଜୁ ପକ୍କା ଘର ରେ ସାମିଲ କରି ଘର ଖଣ୍ଡିଏ ଦେଲେ ଓ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦେଲେ ସେମାନଙ୍କ ଜୀବନ ଯାପନ କରିବା ପାଇଁ ସୁବିଧା ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଦେଖିବାକୁ ବାକୀରହିଲା ଖବର ପ୍ରସାରଣ ହେବା ପରେ ସରକାରଙ୍କ ନଜର ବେସାହାରା ଭଉଣୀ ଭାଇ ଉପରେ ପଡୁଛି କୀନାହିଁ।