ମାସ୍କ୍ ବାଣ୍ଟି ସଚେତନ କଲେ ଜିଲ୍ଲାପରିଷଦ I

ନୂଆପଡା ( କୋଶଲ ନ୍ୟୁଜ୍ ) ନୂଆପଡା ଜିଲ୍ଲା ସିନାପାଲି ରେ ଦିନକୁ ଦିନ ମହାମାରୀ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି । ତାହାକୁ ଦୃଷ୍ଟିରେ ରଖି ଜିଲ୍ଲାପରିଷଦସଭ୍ୟ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ମେହେର ସିନାପାଲି ରେ ମାକ୍ସ, ସାବୁନ୍,saanitizer ବଣ୍ଟନ କରିଥିଲେ । ଏବଂ ସମସ୍ତ ଙ୍କୁ ମାସ୍କ ପିନ୍ଧିବା ସାନିଟାଇଜର ଲଗେଇବା , ସାବୁନ ରେ ହାତଧୋଇବା ବୁଝେଇ ସଚେତନ କରିଥିଲେ । ଏବଂ କହିଥିଲେ ଆମକୁ ବଞ୍ଚିବା ପାଇଁ ଯେମିତି ରକ୍ତ ଦରକାର ଏହି କାରୋନା ସମୟରେ ସେମିତି ବଞ୍ଚିବା ପାଇଁ ଅକ୍ସିଯେନ୍ ମଧ୍ୟ ଦରକାର ଲୋକଙ୍କୁ ଅକ୍ସିଯେନ ଅଭାବ ଯୋଗୁଁ ଲୋକେ ହଇରାଣ ହେଉଛନ୍ତି। ଠିକ୍ ସମୟରେ ଅକ୍ସିଜେନ୍ ନ ମିଳିଲେ ଲୋକେ ମୃତ୍ୟୁ ବରଣ କରୁଛନ୍ତି। ସେଥି ପାଇଁ ସିନାପାଲି ବ୍ଲକ ର ଶିକ୍ଷକ, ସାମ୍ବାଦିକ ,କଳା ଅନୁଷ୍ଠାନ, ସ୍ଵେଚ୍ଛାସବୀ ଏବଂ ସ ହୃଦୟ ବ୍ୟକ୍ତି ସହଯୋଗ କରିଥିବା ତାଙ୍କ ନେତୃତ୍ୱ ରେ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ 25 ଟି ଅକ୍ସିଜେନ ସିଲିଣ୍ଡର ଅଣାଯାଇଥିବା କହିଛନ୍ତି। ତାଙ୍କ ସହିତ ସିନାପାଲି ସ୍ୱର ସଙ୍ଗମ କଲାପରିଷଦର ସଭାପତି ତ୍ରିନାଥ ମେହେର ମାକ୍ସ ବାଣ୍ଟି ଲୋକଙ୍କୁ ସଚେତନ କରି ତାଙ୍କ ଅନୁଷ୍ଠାନ ତରଫରୁ ଗୋଟିଏ oxizen ଦେଇଥିବା କହିଛନ୍ତି। ସେହିଠାରେ କାର୍ଯ୍ୟରତ ଥିବା ପୋଲିସ କର୍ମୀ ମାନଙ୍କୁ ପାଣି ବୋତଲ ଏବଂ ଖାଇବା ଜିନିଷ ଦେଇ ଅଶେଷ ଧନ୍ୟବାଦ୍ ଦେଇଛନ୍ତି। ଏବଂ ସ୍ବେଛାସେବୀ ମନୋଜ କୁମାର ଜଗତ ମଧ୍ୟ ଉପସ୍ଥିତ ରହି ସଚେତନ ବାର୍ତ୍ତା ଦେଇଛନ୍ତି।

Comments
Loading...