ଦାସିଗାଁରେ ନିଅଣ୍ଟ ପାନିୟ ଜଳ,ଲୋକେ ଡହକ ବିକଳ, ଆଗକୁ ନିର୍ବାଚନ, ଦୁର୍ଦିନରେ ଜଳଯୋଗାଣ

ଜୁନାଗଡ଼ (କୋଶଲ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦାସିଗାଁ ଗ୍ରାମରେ କିଛି ପଡା କୁ ପାଣି ନ ଆସିବାରୁ ପଡା ବାସି ବହୁତ ହଇରାଣ ହୋଉଛନ୍ତି ପଡ଼ାରେ ପିଇବା ପାଣିର ସମସ୍ୟା ଦେଖାଦେଇଛି ! ଲୋକେ ଗ୍ରାମ ଠାରୁ ୨ କିମି ପାଖା ପାଖି ହେବ ହାତୀ ନଦୀ ସେଠିକୁ ଗାଧେଇବା କୁ ଯାଆନ୍ତି ଏନେଇ ପଡାବାସି ଗ୍ରାମର ସରପଞ୍ଚ ଙ୍କୁ ଓ ପାନିୟ ଜଳ ଯୋଗାଣ ବିଭାଗ କନିଷ୍ଟ ଯନ୍ତ୍ରୀ ଗୁପ୍ତେ ନାୟକ ଙ୍କୁ ମଧ୍ୟ ବାର ବାର କହିଲା ପରେ ବି କେହି ଶୁଣୁନାହାନ୍ତି ! ସୂଚନା ଅନୁସାରେ ଦାସିଗାଁ ଜଗନ୍ନାଥ ମନ୍ଦିର ପଡା ରେ ୨ ଶହ ୫୦ ରୁ ଅଧିକ ଲୋକେ ବସବାସ କରୁଥିବା ସମୟରେ ଗୋଟିଏ ନଳକୂପ ରହିଛି ! ଗୋଟିଏ ନଳକୂପ ଥିବାରୁ ଲୋକେ ଧାଡି ଲାଗି ହଇରାଣ ହୋଉଛନ୍ତି !

ସରକାର ସମସ୍ତ ଘର କୁ ପାଣି ପାଇପ ଯୋଗେଇ ଦେଇଛନ୍ତି ହେଲେ ଲୋକେ ବୁନ୍ଦିଏ ପାଣି ପାଇଁ କେତେ ହଇରାଣ ହୋଉଛନ୍ତି ତାହା ଦେଖିବା କୁ ମିଳିଛି ଦାସିଗାଁ ଗ୍ରାମ ରେ ! ଏନେଇଁ ପଡାବାସି ପାନିୟ ଜଳ ଯୋଗାଣ ବିଭାଗ କନିଷ୍ଟ ଯନ୍ତ୍ରୀ ଗୁପ୍ତେ ନାୟକ ଙ୍କୁ ପଚାରିବାରୁ ସେ କହିଥିଲେ ଖୁବ ଶୀଘ୍ର ପହ୍ଞ୍ଚି ଯିବ ବୋଲି ! ହେଲେ ଆଜି କି ୧୫ ରୁ ୨୦ ଦିନ ବିତି ଯାଇଛି ଏପର୍ଯ୍ୟନ୍ତ କାହାର ଦେଖା ନାହିଁ ସରପଞ୍ଚ ଙ୍କୁ ମଧ୍ୟ କୁହା ଯାଇଥିଲା ସେ କିଛି ଉତ୍ତର ଏ ପର୍ଯ୍ୟନ୍ତ ରଖି ନାହାନ୍ତି !ଯଥା ଶୀଘ୍ର ଏହାର ଆସୁ ସମାଧାନ ନ ହେଲେ, ଲୋକେ ଆନ୍ଦୋଳନକୁ ଓହ୍ଲେଇବା ଚେତାବନୀ ଦେଇଛନ୍ତି।ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Comments
Loading...