ରୋଚକ ମୋଡରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ, ଶଙ୍ଖ ଛାଡ଼ି ହାତ ଧରିବେ ବଳଭଦ୍ର

ଭବାନିପାଟଣା(କୋଶଲ ନ୍ୟୁଜ): ସମଗ୍ର ଦେଶରେ ରାଜନୈତିକ ବାତାବରଣ ଉଷ୍ମ। ଆଗାମୀ ରାଜନୈତିକ ଉଷ୍ମତା ଭିତରେ ନେତା ମାନଙ୍କ ଦଳ ଡିଆଁ ଆରମ୍ଭ ହୋଇ ଗଲାଣି। ରାଜ୍ୟ ଶାସକ ଦଳର ଜଣେ ତୁଙ୍ଗ ଆଦିବାସୀ ନେତା, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଜେଡି ଛାଡ଼ି କଂଗ୍ରେସର ହାତ ଧରିବା ନେଇ ପ୍ରେସ ଇସ୍ତାହାର ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳରେ କଣଠେସା ହୋଇପଡ଼ି, ସମ୍ପ୍ରତି ସେ ଏବେ କଂଗ୍ରେସ ଦଳ ସହ ମିଶିବା ନିଷ୍ପତି ନେଇଛନ୍ତି। ବିଜୁ ଜନତା ଦଳର ଏହି ପୂର୍ବତନ ଜିଲ୍ଲା ସଭାପତି ତଥା ତୃଣମୂଳ ସ୍ତରର ଜଣେ ଦୃଢ଼ ସଂଗଠକ ଭାବେ ଜଣାଶୁଣା ଏହି ନେତା ବୋଧେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇ ପାରନ୍ତି। ସମ୍ପ୍ରତି ବିଜଦ ହାତରେ ଥିବା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରୁ ହିଁ କ୍ରମାଗତ ବିଧାୟକ ହୋଇ ଶ୍ରୀ ମାଝୀ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ। ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଏକ ସୁଧରୁଢ଼ ସଂଗଠନ ରହିଛି। ଆଗାମୀ ଦିନରେ ଲାଞ୍ଜଗଡ଼ ବିଧାନସଭା ନିର୍ବାଚନ ପ୍ରତିଦ୍ବନ୍ଦିତା ମୂଳକ ହେବା ସମ୍ଭାବନା ରହିଛି।

Comments
Loading...