କଲମପୁର ବିଜେଡିର କର୍ମୀ ସମ୍ମିଳନୀ

କଲମପୁର,(କୋଶଲ ନ୍ୟୁଜ),୧୫/୪:ଆଗାମୀ ସାଧାରଣ ନିର୍ବାଚନ ବହୁ କମ୍ ଦିନ ରହିଲା, ସବୁ ରାଜନୈତିକ ଦଳ ରଚିବାରେ ଲାଗିଛନ୍ତି ରଣନୀତି । ନିଜ ନିଜ ପ୍ରତିଦ୍ବନ୍ଦୀ ଙ୍କ ଠାରୁ କିଭଳି ଅଧିକ ଭୋଟ ପାଇ ବିଜୟୀ ହାସଲ କରିବେ ସେ ନେଇ ପ୍ରାର୍ଥୀଙ୍କୁ ଦିଆଯାଉଛି ସହଯୋଗୀଙ୍କ ଉପଦେଶ । କେଉଁଠି ଦଳ ମାନଙ୍କରେ ନୂତନ କର୍ମୀ ଯୋଡିବା ତ ଆଉ କେଉଁଠି ଭୋଟରଙ୍କୁ ନିଜ ଦଳ ପ୍ରତି ଆଗ୍ରହ ବଢାଇବା ଚିନ୍ତାରେ ରାଜନୈତିକ ଦଳ । ରବିବାର ଦିନ ବ୍ଲକ ସଭାପତି ଅଭିରାମ ବାଗଙ୍କ ସଭାପତିତ୍ବରେ ହାତୀନଦୀ କୁଳ କର୍ମେଲ ଘାଟ ସ୍ଥିତ ଆମ୍ବ ତୋଟା ରେ କଲମପୁର ବ୍ଲକ ବିଜେଡ଼ି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା,ଆଗାମୀ ନିର୍ବାଚନରେ କିଭଳି ପ୍ରତି ଭୋଟରଙ୍କ ସହ ମିଶି ଦଳକୁ ଆହୁରି ଶକ୍ତିଶାଳୀ କରାଯିବ ସେନେଇ ଆଲୋଚନା ହୋଇଥିଲା । ଧର୍ମଗଡ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ବଡ଼ ଭାଇ ରବୀନ୍ଦ୍ର ସିଂଦେଓ ଉକ୍ତ ବୈଠକରେ ଯୋଗଦେଇ ଆଗୁଆ ନିର୍ବାଚନ ପ୍ରସ୍ତୁତି ପାଇଁ ବାଣୀ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ନବୀନ ପଣ୍ଡା,ପୂର୍ବତନ ସମିତି ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା,ବ୍ଲକ ଯୁବ ସଭାପତି ମନୋଜ ନାଏକ, ଛାତ୍ର ସଭାପତି ମିଲିନ ପାତ୍ର,ଏସ.ସି ସେଲ ସଭାପତି ଚେରୁ ନାଏକ,ନାରୀନେତ୍ରୀ ମଧୁଛନ୍ଦା ଭଞ୍ଜ,ମଞ୍ଜୁଳା ସାହୁ ଙ୍କ ସମେତ ପ୍ରତି ପଞ୍ଚାୟତର ସଭାପତି ଓ ସଂଯୋଜକଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Comments
Loading...