କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ, ସାମିଲ ହେଲେ ୨୦ ରୁ ଉର୍ଦ୍ଧକର୍ମୀ

କଲମପୁର -୧୬/୪(କୋଶଲ ନ୍ୟୁଜ) କଲମପୁର ବ୍ଲକ କଂଗ୍ରେସର କର୍ମୀ ସମ୍ମିଳନୀ ପଣ୍ଡିଗାଁ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି, ବିପିନ ବିହାରୀ ପ୍ରଧାନୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ଧର୍ମଗତ ବିଧାୟିକା ପ୍ରାର୍ଥିନୀ ରଶ୍ମି ରେଖା ରାଉତ ଓ ଲୋକସଭା ସାଂସଦ ପ୍ରାର୍ଥନୀ ଦୌପଦୀ ମାଝି ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହିତ ଆମେ ପଛୁଆ ଓ ଅନୁସୂଚିତ ଜାତି ବର୍ଗର ମହିଲା ଆପଣ ମାନଙ୍କ ଝିଅ ଆମକୁ ନିର୍ବାଚିତ କଲେ ଏ ବିଜୟ ଆମର ନୁହେଁ ଆପଣ ମାନଙ୍କ ବିଜୟ ହେବ ବୋଲି ମତପୋଷଣ କରିଥିଲେ,ଏହି ଅବସରରେ ମଣ୍ଡଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ଭୋଇ,ଅବସର ପ୍ରାପ୍ତ ଶିକ୍ଷକ ଅହମ୍ମଦ ମହମ୍ମଦ, ବରିଷ୍ଠ ବିଜେପି ନେତା ହରେକୃଷ୍ଣ ମାଝିଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ କର୍ମୀ ଦଳରେ ସାମିଲ ହୋଇଥିଲେ, ବଙ୍କାପଲା ଗ୍ରାମରୁ ଏକ ମଟରସାଇକେଲ ରେଲି ବାହାରି ବୈଠକ ସ୍ଥଳରେ ପହଞ୍ଚି ଥିଲା,ସାଂସଦ ଓ ବିଧାୟକ ପ୍ରାର୍ଥିନୀ ସମେତ କୋକସରା ବ୍ଲକର ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, ପୂର୍ବତନ ଯାଦବ ସମାଜ ଜିଲ୍ଲା ସଭାପତି,ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ କମିଟି ସଭାପତି,ଧନୁ ଗୋପାଳ, ଦଧିବାହନ ପ୍ରଧାନୀ,ପଦ୍ମ କିଶୋର ସୁନାନୀ , ପ୍ରଶାନ୍ତ ମାଝି,ତ୍ରୀନାଥ ବଚ୍ଛା ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ବିପିନ ପ୍ରଧାନୀ ମଞ୍ଚ ପରିଚାଳନା କରିଥିଲେ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଦୁଃଖି ମାଝି ଧନ୍ୟବାଦ ଦେଇଥିବା ପବିତ୍ର ନାଏକ, ଜଗନ୍ନାଥ ନାଏକ ପ୍ରମୁଖ ସହଯୋଗ କରିଥିଲେ,
କଳମପୁର ରୁ ଭୋଜରାଜ ଛତ୍ରିଆ ଙ୍କ ରିପୋର୍ଟ

Comments
Loading...