ମାଟିର ଶିଶୁ କଳାକାର ଦୟା

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ, ଜୟନ୍ତପୁର ଗ୍ରାମର ଦୟା ସାଗର ମେହେରଙ୍କ ପ୍ରତିଭାକୁ ଦେଖିଲେ ଯିଏ ବି ଆଶ୍ଚର୍ଯ୍ୟ ହୋଇଯିବ।ଆଠ ବର୍ଷ ବୟସର ଦୟା ସାଗର ଅତି ସୁନ୍ଦର ଭାବରେ ଅର୍ଗାନ ରେ ପଚିଶରୁ ଅଧିକ ଗୀତର ଧୂନ୍ ବଜାଇ ସମସ୍ତଙ୍କ ହୃଦୟକୁ ଜିଣି ପାରିଛନ୍ତି। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ଦୟା ପିତାଙ୍କର ଅର୍ଗାନ ବଜାଇବା ର କଳାକୁ ଆହରଣ କରିବାରେ ସକ୍ଷମ ହୋଇ ପାରିଛନ୍ତି।ପିତା ହରେକୃଷ୍ଣ ଜଣେ ଅର୍ଗାନ୍ ବାଦକ। ପିତା ଅର୍ଗାନ୍ ବଜାଉଥିବା ବେଳେ ଦୟା ଏକ ଲୟରେ ପିତାଙ୍କ ଅଙ୍ଗୁଳି ଚାଳନା କୁ ଦେଖିବାକୁ ଲାଗି ଥାନ୍ତି। ଧୀରେ ଧୀରେ ସେ ଶିଖିଗଲେ ଅର୍ଗାନ ବଜାଇବାର କଳା। ଧୀରେ ଧୀରେ ଦୟା ଅର୍ଗାନ ବଜାଉ ଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖି ସମସ୍ତେ ପ୍ରଶଂସା କରିବା ସହିତ ଦୟାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Comments
Loading...