ବିଦ୍ୟୁତ ସମସ୍ୟାକୁ ନେଇଁ କନ୍ଦସାର୍ଲି ଗ୍ରାମବାସି କଲେ ରାସ୍ତାରୋକ, ପ୍ରାୟ ୩ ଘଣ୍ଟା ଧରି ଯାତାୟାତ ଠପ୍

  • ଛିଣ୍ଡିଥିବା ବିଦ୍ୟୁତ ତାରକୁ ସଂଯୋଗ ପରେ ହଟିଲା ରାସ୍ତାରୋକ

ଲାଞ୍ଜିଗଡ଼,୦୧/୦୩(କୋଶଲ ନ୍ୟୁଜ୍):ଲାଞ୍ଜିଗଡ ବ୍ଲକ ଉପାନ୍ତ ଅଞ୍ଚଳରେ ବିଭିନ୍ନ ସମୟରେ ଅନେକ ସମସ୍ୟାକୁ ନେଇଁ ରାସ୍ତା ରୋକ ହେଉଥିବା ବେଳେ ଶୁକ୍ରବାର ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ କନ୍ଦସାର୍ଲି ଗ୍ରାମବାସୀ ବିଦ୍ୟୁତ ସମସ୍ୟାକୁ ନେଇଁ ବିଶ୍ୱନାଥପୁର ଠାରୁ କଲ୍ୟାଣସିଂହ ପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ସୂଚନା ମତେ କୁମାରଗୁଡ଼ା ଠାରୁ କନ୍ଦସାର୍ଲି ଗାଁକୁ ସଂଯୋଗ କରୁଥିବା ବିଦ୍ୟତ ତାର ଛିଣ୍ଡିକି ୨ ମାସରୁ ଅଧିକ ସମୟ ହୋଇଥିଲା କିନ୍ତୁ ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଜଣାଇଲା ପରେ ମଧ୍ୟ ବିଦ୍ୟୁତ ତାରକୁ ସଂଯୋଗ କରୁନଥିଲେ ବିଭାଗୀୟ କର୍ମଚାରୀ।ଯାହାଫଳରେ ଗ୍ରାମବାସୀ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଥିଲେ। ୩ ଘଣ୍ଟା ଧରି ଯାତାୟତ ବନ୍ଦ ପରେ ବିଦ୍ୟତ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝାକରି ଛିଣ୍ଡିଥିବା ବିଦ୍ୟୁତ ତାରକୁ ସଂଯୋଗ କଲାପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳ ଗୁଡି଼କରେ ଏବେ ମଧ୍ୟ ଅନେକ ଗୁଡ଼ିଏ ଗାଁରେ ବିଜୁଳି ଅପହଞ୍ଚ ହୋଇରହିଛି ଫଳରେ ବିଜୁଳି ପାଇଁ ନାଇଁ ନ’ଥିବା ଅସୁବିଧା ଭୋଗୁଛନ୍ତି ଲୋକେ। ତେବେ କନ୍ଦସାର୍ଲି ଗ୍ରାମବାସୀ ପୂର୍ବରୁ ମଧ୍ୟ ଏହି ବିଜୁଳି ସମସ୍ୟାକୁ ନେଇଁ ପ୍ରଶାସନିକ ଅଧିକାରୀଙ୍କୁ ଅନେକ ଥର ଗୁହାରି ଓ ଅଭିଯୋଗ କରିବା ପରେ ବି କୌଣସି ପ୍ରକାର ସମସ୍ୟାର ସମାଧାନ ନ’ହେବାରୁ ବାଧ୍ୟ ହୋଇ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ବିଶ୍ୱନାଥପୁର ଠାରୁ କଲ୍ୟାଣସିଂହ ପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବା ଚିତ୍ର ଦେଖିବାକୁ ମିଳିଛି। ଦୀର୍ଘ ଦିନର ସମସ୍ୟା ଆଜି ସମାଧାନ ହୋଇଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

ରିପୋର୍ଟ-ମଳୟ ବେନୁଆଁ (ରାହୁଲ୍)

Comments
Loading...