ଛଞ୍ଚାଣବାହେଲିର ଛଞ୍ଚାଣ ଯୋଗାଣ ସହାୟକ!, ତିଲୋତମାଙ୍କ ୧୫ ମାସର ପିଡିଏସ୍ ଗାଏବ

ରର୍ମଗଡ(କୋଶଲ ନ୍ୟୁଜ୍): ରାଜ୍ୟର ସମସ୍ତ ଜନ ସାଧାରଣ କିପରି ଅନାହାର ସାମ୍ନା କରିବେ ନାହିଁ ସେଥିପାଇଁ ଓଡ଼ିଶା ସରକାର ମାତ୍ର ୧ ଟଙ୍କାରେ ଜଣ ପିଛା ୫. କିଲୋ ଲେଖାଏଁ ଚାଉଳ ଯୋଗାଇ ଦେଇ ଆସିଛନ୍ତି। କେତେକ କ୍ଷେତ୍ରରେ ସରକାରୀ ବାବୁ ମାନଙ୍କ ଅପାରଗତା ଯୋଗୁଁ ହିତାଧିକାରୀ ହଇରାଣ ହରକତ ହେଉଥିବା ଦେଖାଯାଇଛି। ଧର୍ମଗଡ଼ ବ୍ଳକ ଛଞ୍ଚାଣବାହେଲି ଗ୍ରାମ ପଞ୍ଚାୟତ ବେହେରାଗୁଡା ଗାଁର ତିଲୋତମା ଭାଟିଙ୍କ ପ୍ରାୟ ୧୫ ମାସର ଚାଉଳ ଗାଏବ ହୋଇ ଯାଇଛି। ଏନେଇ ସମ୍ପୃକ୍ତ ମହିଳା ପଞ୍ଚାୟତ କତୃପକ୍ଷଙ୍କୁ ନିକଟରେ ଫେରାର ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଲି ପାରିନାହିଁ। ଏହାକୁ ନେଇ ପଞ୍ଚାୟତବାସୀ ଯୋଗାଣ ସହାୟକ ଉପରେ ସନ୍ଦେହ କରିବା ସହ ତାଙ୍କୁ ଛଞ୍ଚାଣ ଆକ୍ଷା ଦେଉଥିବା ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ବେହେରାଗୁଡା ଗ୍ରାମର ସରୋଜ ଭାଟିଙ୍କ ସ୍ତ୍ରୀ ତିଲୋତମା ଭାଟିଙ୍କ ନାଁ ରେ ପିଏଚଏଚ ରାସନ୍ କାର୍ଡ ରହିଛି। ମାସକୁ ଏହି ପରିବାର ୧୫ କେଜି. ପିଡିଏସ୍ ଚାଉଳ ପାଇଥାନ୍ତି। ହେଲେ ଦିର୍ଘ ୧୫ମାସ ହେବ ହାଇଦ୍ରାବାଦରେ ଶ୍ରମିକ ଭାବେ ପରିବାର ସହ ରହୁଥିଲେ। ଏବେ ଗାଁ କୁ ଫେରିବା ପରେ ରାସନ୍ କାର୍ଡରେ ଚାଉଲ ପାଇଁ ପଞ୍ଚାୟତକୁ ଯାଇଥିଲେ। ତେବେ ତାଙ୍କର ଚାଉଲ ଆଗରୁ ଉଠାଣ ହୋଇଥିବା ଯୋଗାଣ ସହାୟକ ସୁଶାନ୍ତ ନାଏକ ପ୍ରାକାଶ କରିଥିଲେ। ତେବେ ହିତାଧିକାରୀ ଜଣକ ଆମ ଚାଉଳ କେମିତି ଉଠାଣ ହେଲା ବିନା ବାୟୋମେଟ୍ରିକ୍ ରେ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଯୋଗାଣ ସହାୟକ ଜଣକ ପରିବାରର କେହି ଜଣେ ଚାଉଲ ଆଗରୁ ନେଇଥିବା କହି କଥାକୁ ଏଡାଇ ଦେଇଥିଲେ। ତେବେ ଦିର୍ଘ ମାସରୁ ରାଜ୍ୟ ବାହାରେ ରହିଥିବା ଏହି ଗରିବ ପରିବାରର ଚାଉଲକୁ କେମିତି ବିନା ବାୟୋମେଟ୍ରିକ୍ ଦ୍ବାରା ଉଠାଣ ହେଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯୋଗାଣ ସହାୟକ ଚାଲୁ କରି ଦେଇ ନାହାନ୍ତି ତ, ଏନେଇ ଉଠିଛି ବିରାଟ ପ୍ରଶ୍ନ। ଏତେ ଭାତ ହାଣ୍ଡିରୁ ଗୋଟିଏ ହୋଇପାରେ, ତେବେ ତିଲୋତମା ପରି କେତେ ହିତାଧିକାରୀଙ୍କ ଏଭଲି ହୋଇଛି ତାହା ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚିତ ହେବ। ଏ ବିଷୟରେ ଧର୍ମଗଡ ଯୋଗାଣ ନିରୀକ୍ଷକଙ୍କ ମତାମତ ନେବାରୁ ତଦନ୍ତ କଲେ ପ୍ରକୃତ କାରଣ କଥା ଜଣା ପଡିବ ବୋଲି କହିଛନ୍ତି।

ରିପୋର୍ଟ:-ଶୋଭିତ ଗାନ୍ଧୀ

Comments
Loading...