ଦୁଆରସୁନି ମନ୍ଦିର ନିର୍ମାଣ ସମିତିର ଜରୁରୀ କାଳୀନ ବୈଠକ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ନୁନମାଠ ପଞ୍ଚାୟତ ଅନ୍ତର୍ଗତ ଅମାଠ ଗଡରେ ସଭାପତି ଧିରେନ ମାଝୀ ଙ୍କ ସଭାପତିତ୍ୱରେ ଦ୍ୱାରସୁନି ପୀଠରେ ମନ୍ଦିର ନିର୍ମାଣ ସମିତିର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହେଇଯାଇଛି l ଉକ୍ତ ବୈଠକରେ କଳାହାଣ୍ଡି ଓ ବଲାଙ୍ଗୀର ଜ଼ିଲ୍ଲା ର ସଦସ୍ୟ ଏବଂ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ନିର୍ମାଣଧିନ ଦ୍ୱାରସୁନି ପୀଠର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଅଭିମତ ରଖିଥିଲେ l ଉକ୍ତ ବୈଠକରେ ସାଧାରଣ ସଂପାଦକ ଘନଶ୍ୟାମ ଗହୀର , କେସିଙ୍ଗା ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁ , ଯୁବରାଜ ମାଝୀ , ଭଜନ ମାଝୀ , କୁଶଚନ୍ଦ୍ର ସାହୁ , ରମାକାନ୍ତ ଭୋଇ , ମିତ୍ରସେନ ଭୋଇ , ଜଗନ୍ନାଥ ଥପା , ତୁଳ ମାଝୀ , ଇଶ୍ୱର ମାଝୀ ପ୍ରମୁଖ ଯୋଗ ଦେଇଥିଲେ l
Comments
Loading...