ତାବଡା ଡ୍ରିମ୍ସ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ପଳସମା କ୍ରିକେଟ କ୍ଲବ ଚାମ୍ପିୟନ

ଦେବଗଡ଼ (କୋଶଲ ନ୍ୟୁଜ୍):- ତାବଡା ଡ୍ରିମ୍ସ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୀର୍ଘ ୬ ଦିନ ଧରି ଅନୁଷ୍ଠିତ ଗୁରୁ ଦ୍ରୋଣାଚାର୍ଯ୍ୟ କ୍ରିକେଟ୍ କ୍ଳବ୍, ତାବଡ଼ା ଆନୁକୁଲ୍ୟରେ ଅନୁଷ୍ଠିତ ଡ୍ରିମ୍ସ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। କ୍ଲବ୍ ସଭାପତି କ୍ଷୀରସିନ୍ଧୁ ଭୋଇ ଏବଂ ଶ୍ରୀଯୁକ୍ତ ଭୋଳେଶ୍ୱର୍ ଗଡ଼ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଫାଇନାଲ ମ୍ୟାଚ ପଳସମା କ୍ରିକେଟ କ୍ଳବ୍ ସହିତ ଛତାବର କ୍ରିକେଟ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଛତାବର କ୍ରିକେଟ କ୍ଲବ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ୱିକେଟ୍ ହରାଇ ୭୨ ରନ ସଂଗ୍ରହ କରିଥିଲା । ଜବାବରେ ପଳସମା କ୍ରିକେଟ କ୍ଳବ୍ ୧୧ ଓଭରରେ ୬ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା। ଆଜିର ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଞ୍ଜିଆ ଭୋଇ, ସରପଞ୍ଚ ଶ୍ରୀମତୀ ଉର୍ମିଳା ପ୍ରଧାନ, କମଳ ଲୋଚନ ପ୍ରଧାନ, ଡମ୍ବରୁଧର ଗଡ଼ନାୟକ,ରାଜା ନାଥ ରହି ଖେଳାଳି ମାନଙ୍କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ । ଏହି ମ୍ୟାଚ କୁ ପ୍ରଶାନ୍ତ ବେହେରା ଏବଂ ହିମାଂଶୁ ଆଚାର୍ଯ୍ୟ ପରିଚାଳିତ କରିଥିଲେ ଏବଂ ସ୍କୋର ବୋର୍ଡ ଦାୟିତ୍ୱରେ ସୁଜିତ୍ ପ୍ରଧାନ ରହିଥିଲେ । କ୍ଳବର ବାଜି ,ଉଦିତ,ମିତେଶ, ସୁମନ୍ତ, ସୁଦନ,ରାଜୁ,ମିକୁ ସମେତ ସମସ୍ତ ମେମ୍ବର ଉପସ୍ଥିତ ରହି ପୂଣ୍ଣ ସହଯୋଗ କରିଥିଲେ । ହୃଷୀକେଶ ଭୋଇ ଭାଷ୍ୟକାର ସହିତ ମଞ୍ଚ ପରିଚାଳନା କରିଥିଲେ ।

Comments
Loading...