ଡାବୁଗାଁରେ ଗୋ’ମାତାଙ୍କ ପର୍ବ ବା ଚାଷୀଭାଇଙ୍କ ପାରମ୍ପରିକ କୃଷିଭିତିକ ପର୍ବ ଦିଆଲି ପାଳିତ

ବି:ଦ୍ରା:-ପ୍ରଚାର ପ୍ରସାର ଅଭାବରୁ ଦିଆଲି ଭଳି ଆଦିବାସୀ ମାନଙ୍କ ପାରମ୍ପରିକ ପର୍ବ ଗୁଡିକ ଲୋକ ଲୋଚନକୁ ଆସିପାରୁନି

ନବରଙ୍ଗପୁର :-ପାରମ୍ପରିକ ପର୍ବ ” ଗୋ-ମାତାଙ୍କ ” ପୂଜା ଦିଆଲି ଡାବୁଗାଁ ଅଞ୍ଚଳରେ “ପାଳିତ ହୋଇଯାଇଛି ।ମାନ୍ୟତା ଅନୁସାରେ ଗାଈ କୁ ହିନ୍ଦୁଧର୍ମରେ ମା ଭାବରେ ପୂଜା କରାଯାଏ । ଧାନ ଅମଳ ପରେ ପୌଷ ମାସରେ ଡାବୁଗାଁ ଅଂଚଳରେ ଭିନ୍ନ ଭିନ୍ନ ଦିନ ଭିନଭିନ୍ନ ସ୍ଥାନରେ ଦିଆଲି ପର୍ବ ପାଳନ କରାଯାଏ । ଗାଁରେ ବଅଁଲାନି ଯାତ୍ରା ପରେ ଗୋମତାଙ୍କୁ ଦିଆଲି ଦିନ ନୈବେଦ୍ୟ ଦେଇ ପୂଜା କରାଯାଏ । ଘର ଓ ଦ୍ବାରକୁ ବିଭିନ୍ନ ପ୍ରକାର ଝୋଟି ଦେଇ ଧଳା ଓ ରଙ୍ଗମଟିରେ ସଜାଯାଏ । ଗୌଡ଼ିଆ ମନେ ବାଦ୍ୟର ତଳେତାଳେ ନୃତ୍ୟ କରି ଘର ଘର ବୁଲନ୍ତି ।ଯେଉଁ ଘରର ଗରୁ ଗାଈର ରାକ୍ଷଣା ବେକ୍ଷଣର ଦାଇତ୍ୱ ନେଇଥାନ୍ତୁ ସେସବୁ ଘରରୁ ବର୍ଷର ପାରିଶ୍ରମିକ ନେଇ ଥାନ୍ତି ।ଘର ମାଲିକ ମାନଙ୍କୁ ଚୁଡା,ଗୁଡ଼, ହଂସ, କୁକୁଡ଼ା ଭେଟଦେଇ ଥାନ୍ତି ଖାଲି ସେତିକି ନୁହେଁ ଚିତ୍ରବୀଚିତ୍ର ବାଡ଼ି ଧରି ନୃତ୍ୟୁ ପରିବେଷଣ କରିଥାନ୍ତି । ଦିଆଲି ସମୟରେ ଯେଉଁ ବାଡ଼ି ଧରି ନୃତ୍ୟ ପରିବେଷଣ କରିଥାନ୍ତି ସେଇ ବାଡିକୁ ବନାଡାଙ୍ଗ କୁହାଯାଏ ,ଏହାର ରଙ୍ଗ ‘କଲା ଓ ଧଳା’ । ଧୀରେଧୀରେ ଏହି ପରମ୍ପରା ଲୁପ୍ତହେବାକୁ ବସିଲାଣି କିନ୍ତୁ ଆଜିବି ଏହି ପାରମ୍ପରିକ ପର୍ବ ଗୁଡିକ ଆମ ଗାଁ ଓ ପଲ୍ଲୀ ଅଞ୍ଚଳରେ ଧୁମଧାମରେ ପାଳନ କରାଯାଏ । ଦିଆଲି ଦିନ ସଖାଲେ ଘରେଥିବା ସମସ୍ତ ଗାଈଗୋରୁଙ୍କୁ ଗାଧଇ ଖିଚୁଡ଼ି ଏବଂ ବିରିପିଠା ଖାଇବାକୁ ଦିଆଯାଏ ।ଏହାପରେ ସାହିପଡିସାର ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଏ । କେଉଁ ଆଦିମ କାଳରୁ ଡାବୁଗାଁ ଅଞ୍ଚଳରେ ଏହି ପର୍ବ ପାଳନ କରାଯାଉଛି କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ଏସବୁ ଆଦିବାସୀମାନଙ୍କ ପାରମ୍ପରିକ ପର୍ବ ଗୁଡିକ ଲୋକଲୋଚନକୁ ଆସିପାରୁନି ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...