ପରା ଗ୍ରାମର ମା” ବୁଢୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଡେରେଙ୍ଗ କ୍ରିକେଟ୍ କ୍ଲବ୍ ଚାମ୍ପିୟନ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପରା ପଞ୍ଚାୟତ ଅନ୍ତର୍ଗତ ପରା ଗ୍ରାମରେ ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ମା” ବୁଢୀ କ୍ରିକେଟ କ୍ଲବ୍ ସଭାପତି ଡନ ପ୍ରଧାନ ଓ ସମ୍ପାଦକ ତପନ କୁମାର ନାୟକଙ୍କ ତତ୍ବାବଧାନରେ ଆଜିର ଏହି ମ୍ୟାଚ ରେ ଡେରେଙ୍ଗ ଓ ପରା ମଧ୍ୟରେ ଖେଳ ରହିଥିଲା। ଏଥିରେ ୮ଟି ଦଳ ଯୋଗଦେଇଥିଲେ ଯଥା: ଗୋଳାଗାଡିଆ କ୍ରିକେଟ କ୍ଲବ ମଶାଣିହତା କ୍ରିକେଟ୍ କ୍ଲବ୍ ପରା ମା” ବୁଢୀ କ୍ରିକେଟ କ୍ଲବ ଚାଙ୍ଗୁଡିଆ କ୍ରିକେଟ୍ କ୍ଲବ୍ ବଇଣ୍ଡା କ୍ରିକେଟ କ୍ଲବ ଏବଂ ଟାଙ୍କିରି କ୍ରିକେଟ୍ କ୍ଲବ୍ ଯୋଗ ଦେଇଥିଲେ । ଆଜିର ଫାଇନାଲ ମ୍ୟାଚ୍ ରେ ଡେରେଙ୍ଗ ପ୍ରଥମେ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇ ୧୯ ଓଭର ୪ ବଲ ରେ ସମସ୍ତ ଓ୍ବେଇକେଟ ହରାଇ ୧୩୯ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ପରା ମା” ବୁଢୀ କ୍ରିକେଟ କ୍ଲବ ୧୬ ଓଭର ରେ ସମସ୍ତ ଓ୍ବେଇକେଟ ହରାଇ ୧୦୫ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ପୌରାଞ୍ଚଳ ପୋୖର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତୀମଞ୍ଜରୀ ଦେଇ, ସମ୍ମାନୀତ ଅତିଥି ଭାବେ ଯୁବ ସାମ୍ବାଦିକ ତଥା ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ, ଦେବଗଡ଼ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୂତିଆ, ଓ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ଚିତ୍ତରଞ୍ଜନ ପ୍ରଧାନ ମଞ୍ଚାସିନ ରହିଥିଲେ । ଖେଳ ପରିଚାଳନା ଦାୟିତ୍ବ ଗୋପବନ୍ଧୁ ବିଶ୍ବାଳ ଓ ବଟକୃଷ୍ଣ ବିଶ୍ବାଳ ତୁଲାଇଥିବା ବେଳେ ଭାଷଣବାଜୀ ରେ ଶୁଶାନ୍ତ ବିଶ୍ବାଳ ଓ ସ୍କୋର ବୋର୍ଡ ରେ ସମ୍ୟଜିତ ନାଏକ ଓ ଲିପୁନ ସାହୁ ରହିଥିଲେ । କାର୍ଯ୍ୟକ୍ରମ ଶେଷରେ ତପନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କ୍ଲବ୍ ର ରଘୁନାଥ ନାଏକ, ଭୁବନ ନାଏକ, ଶୁଶାନ୍ତ ନାଏକ, ଭାଗ୍ୟରଥି ନାଏକ ପ୍ରମୁଖ ସମସ୍ତ ମେମ୍ବର ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।

Comments
Loading...