ନବରଙ୍ଗପୁର ମହାବିଦ୍ୟାଳୟ ରେ ମହିଳା ଜାତୀୟ ସେବା ଯୋଜନା ର ସ୍ୱତନ୍ତ୍ର ଶିବିର ଉଦଯାପିତ

ନବରଙ୍ଗପୁର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା(ବାଳିକା)ଆନୁକୁଲ୍ୟରେ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ୭ ଦିନିଆ ଶୀତ କାଳୀନ ଶିବିର ମହାସମାରୋହରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ପୋଷ୍ୟଗ୍ରାମ ନୀଳକଣ୍ଠଗୁଡ଼ା ଠାରେ ଶିବିର ର ଉଦଘାଟନ କରାଯାଇଥିଲା । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ: ଭାସ୍କର ନାଥ ବିଶ୍ଵାଳ,ଜାତୀୟ ସେବା ଯୋଜନା ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିନୋଦ ବିହାରୀ ନାୟକ, ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଦିଲୀପ କୁମାର ହୋତା, ପୂର୍ବତନ ଜିଲ୍ଲା ଜାତୀୟ ସେବା ଯୋଜନା ଆବାହକ ଶ୍ରୀ ଶମ୍ଭୁ ପ୍ରସାଦ ହୋତା, ଜାତୀୟ ସେବା ଯୋଜନା ର ମାନସୀ ମହାପାତ୍ର ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ଶିବିର ର ସମ୍ପୂର୍ଣ୍ଣ ମହତ୍ତ୍ଵ ବିଷୟ ରେ ଅବଗତ କରାଇଥିଲେ। ସ୍ଵେଚ୍ଛାସେବୀ ମାନେ ଯୋଗ କରିବା ପରେ ବିଭିନ୍ନ ଗ୍ରାମ ସଫେଇ ସହ ଗ୍ରାମର ଶିଶୁ ମାନଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟନ ଶିବିର ର ଶେଷଦିବସରେ ଅଂଶଗ୍ରହଣକାରୀ ତଥା ବିଭିନ୍ନ ପ୍ରତିଯୋଗିାତାରେ କୃତକାର୍ଯ୍ୟ ହୋଇଥିବା ସ୍ୱେଚ୍ଛାସେବୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ସେବୀ, ବରିଷ୍ଟ କବୟତ୍ରୀ, ପୂର୍ବତନ ଶିଶୁ କଲ୍ୟାଣ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ମନୋରମା ମାଝୀ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ବହୁ ମୂଲ୍ୟବାନ ଚିନ୍ତାଧାରା ବ୍ୟାଖ୍ୟା କରିଥଲେ ଏଵଂ ଜୀବନରେ ତାହାକୁ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ: ଭାସ୍କର ନାଥ ବିଶ୍ଵାଳ ଶିବିର ର ସଫଳତା ପାଇଁ ଗ୍ରାମବାସୀ ଏବଂ ସ୍ବେଛାସେବୀ ମାନଙ୍କୁ ସାଧୁବାଦ୍ ଅର୍ପଣ କରିଥଲେ।ନୃତ୍ୟ ଗୀତ ର ଆସର ମଧ୍ୟରେ କ୍ୟାମ୍ପ ଫାଇର ରେ ଯୋଗ ଦେଇ ସ୍ବେଛାସେବୀ ଉଲ୍ଲସିତ ହେଇଥିଲେ ଏବଂ ପରସ୍ପର ଠାରୁ ବିଦାୟ ନେଇ ଭାବବିହ୍ୱୋଳ ହୋଇପଡ଼ିଥିଲେ।ଜାତୀୟ ସେବା ଯୋଜନା (ବାଳିକା) ସାତ ଦିନର ଶୀତକାଳୀନ ଶିବିରର ସଫଳତାପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ବିଶେଷ ସହଯୋଗ କରିଥିଲେ । ସମଗ୍ର ଶିବିର ର ପରିଚାଳନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ମାନସୀ ମହାପାତ୍ର ନିର୍ବାହ କରିଥିଲେ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...