ଦୁଇ ମାସ ଶିଶୁ ପୁତ୍ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସହାୟତା ପାଇଁ ମାଁ ବାପା ଙ୍କ ଆକୁଳ ନିବେଦନ

ପାଟଣାଗଡ ୦୬/୦୪ (କୋଶଲ ନିୟୁଜ) : ମନରେ ଅସୁମାରୀ ଆଶା, ଆଖିରେ ଆଖିଏ ସ୍ବପ୍ନ, ପୁଅ ବଡ ହେଲ ଭଲ ମଣିଷ ହେବ, ଗରିବ ପରିବାର ର ଦୁଃଖ ଯିବ । ହେଲେ କିଏ ଜାଣିଥିଲା ଜନ୍ମ ରୁ ହଟାତ ଅଜଣା ରୋଗ ହୋଇ ଯେ ଏତେ ଦୁର୍ବଳ ହୋଇଯିବ । ଏପରି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଖପ୍ରାଖୋଲ ପଞ୍ଚାୟତ ଅଧିନ ମହୁରୁଣ୍ଡି ଗାଁର କୋଳପଡ଼ା ରେ । ଗାଁର କେଶବ ବୁଡ଼େକ(୩୨) ଓ ସ୍ତ୍ରୀ ଶୁଭାସିନି ବୁଡ଼େକ(୨୯) ଙ୍କ ଦୁଇ ମାସ ର ଦ୍ଵିତୀୟ ଶିଶୁ ପୁତ୍ର । ପରର ମୁଲଆଗି ବେଶ୍ ହସ ଖୁସିରେ ଚାଲୁଥିଲା ପରିବାର । ଏହି ସୁଖର ସଂସାର ଉପରେ କାହାର ନଜର ଲାଗିଲା କେଜାଣି । ଶିଶୁ ପୁତ୍ର ଟି ଜନ୍ମ ରୁ ହଟାତ ଅଜଣା ରୋଗ ହୋଇଯାଇଥିଲା ।

୧ ମାସ ଚିକତ୍ସା ପରେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥା ରେ ସୁଧାର ନ ହେବାରୁ ମାଁ ଓ ବାପା ଚିନ୍ତାରେ ଥିବା ସହ ଉଚ୍ଚତର ଚିକିସା ପାଇଁ ବୁର୍ଲା ବଡ଼ ଡାକ୍ତରଖାନା ରୁ କଟକ ବଡ଼ ଡାକ୍ତରଖାନା କୁ ରେର୍ଫର ହୋଇଥିବାରୁ ଅର୍ଥ ଅଭାବରେ ଶିଶୁ ପୁତ୍ର କୁ ଧରି ଘରକୁ ଚାଲି ଆସିଛନ୍ତି । ତାଙ୍କ ପାଖରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିଲେ ବି ଶିଶୁ ପୁତ୍ର ର ନାମ ନଥିବା ଯୋଗୁଁ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ନେବାକୁ ପଇସା ନଥିବା ବେଳେ ସେଠାରେ ଅନ୍ୟ ଖର୍ଚ୍ଚ କରିବା ସମସ୍ୟା ହୋଇଛି । ଶିଶୁ ପୁତ୍ର ର ଚିକିତ୍ସା ପାଇଁ ସରକାର କିମ୍ବା ବଦାନ୍ୟ ବ୍ୟକ୍ତି ସହଯୋଗ କରିବାକୁ ମା ବାପା ଆକୁଳ ନିବେଦନ କରିଛନ୍ତି ।

Comments
Loading...