ଚାନ୍ଦିନୀ ନିର୍ମାଣ ନକରି ଓ ଆର ସି ସି ଚୌକି ନକିଣି ସରପଞ୍ଚ ଖାଇଗଲେ ଟଙ୍କା

ପାଟଣାଗଡ (କୋଶଲ ନ୍ୟୁଜ୍ ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମଟିଆଭଟା ପଞ୍ଚାୟତ ସ୍ଥାନୀୟର ବରଗଛ ମୂଳରେ ସରପଞ୍ଚ ଚାନ୍ଦିନୀ ନିର୍ମାଣ ନକରି ଟଙ୍କା ବାଟମାରଣା କରିଥିବା ଭଳି ଗୁରୁତର ଅଭିଯୋଗ ବାପୂଜିଭ କ୍ଲବ ସଦସ୍ୟ ମାନେ ବିଡ଼ିଓ ଵିବେକାନନ୍ଦ ଷଡଙ୍ଗୀ ଙ୍କ ପାଖରେ  କରିଛନ୍ତି । ସେହିପରି ପଞ୍ଚାୟତ ର ୫ ଟି ଗ୍ରାମର ବିଭିନ୍ନ ଜନ ବସତି ସ୍ଥାନରେ ପକାଇବା ପାଇଁ  ଆରସିସି ଚୌକି କିଣା ଯାଇଛି ୮୦ ହଜାର ଟଙ୍କା ଉଠିଥିବା ବେଳେ କୌଣସି ସ୍ଥାନରେ ଚୌକି ପଡିନଥିବା ଅଭିଯୋଗ ୱାର୍ଡ ସଭ୍ୟ ମାନେ କରିଛନ୍ତି । ଅଭିଯୋଗ ମତେ, ମଟିଆଭଟା ଗ୍ରାମର ବାପୁଜୀ କ୍ଳବ୍ ସଦସ୍ୟ ମାନେ ପୂର୍ବତନ ସରପଞ୍ଚ ଙ୍କ ପାଖରୁ ଗ୍ରାମର ବରଗଛ ମୂଳେ ଚାନ୍ଦିନୀ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ । କାର୍ଯ୍ୟାଦେଶ ପାଇଲା ପରେ କ୍ଲବ ର ସଦସ୍ୟ ମାନେ ଧାର କରଜ କରି ବରଗଛ ମୂଳରେ ପଥିକ ଓ ଗ୍ରାମର ଜନ ସାଧାରଣ ମାନେ ବସିବା ପାଇଁ ଚାନ୍ଦିନୀ ନିର୍ମାଣ କରିଥିଲେ ।

ନିର୍ମାଣ କରିଥିବା ଚାନ୍ଦିନୀର ବିଲ ପାଇଁ ପଞ୍ଚାୟତ ସରପଞ୍ଚ ଓ ପି ଇ ଓ ଥର ଜଣାଇବା ପରେ ପରେ ମଧ୍ୟ ବିଲ ପାଇ ପାରିନଥିଲେ । ପରେ ଜାଣିବାକୁ ପାଇଥିଲା ଯେ ଚାନ୍ଦିନୀ ନିର୍ମାଣ ବାବଦ ୪୭ ହଜାର ଆଠ ଶହ ୪୧ ଟଙ୍କା ପିଇଓ ଙ୍କ ଏକାଉଣ୍ଟ ରେ ପଡ଼ି ସାରିଛି ବୋଲି ଓ ଉକ୍ତ ଟଙ୍କା କୁ ସରପଞ୍ଚ ନେଇଛନ୍ତି ବୋଲି କ୍ଲବ ର ସଦସ୍ୟ ମାନେ ଜାଣିବାକୁ ପାଇଥିଲେ । ସେହିପରି ପଞ୍ଚାୟତର ଆରସିସି ଚୌକି କିଣା ନଯାଇ ସରପଞ୍ଚ ଓ ପିଇଓ ୮୦ ହଜାର ଟଙ୍କା ବାଟମାରଣ କରିଥିବା ଅଭିଯୋଗ ୱାର୍ଡ ସଭ୍ୟ ମାନେ କରିଛନ୍ତି। ୫ ଟି ଗ୍ରାମରେ ଆର ସି ସି ଚୌକି କିଣା ଯିବା ପାଇଁ ଟଙ୍କା ଉଠିଥିବା ବେଳେ କୌଣସି ସ୍ଥାନରେ ଚୌକି ପଡିନଥିବା ଅଭିଯୋଗ ହେଉଛି । ଏଠାରେ ପ୍ରଶ୍ନ ଉଠୁଛି ଯେ କାମ ହେଲା ପରେ ଜେଇ ବିଲ ପାସ କରିବା କଥା ହେଲେ କୌଣସି ବିଲ ପାସ ନ ହୋଇ ଟଙ୍କା ଉଠିଲା କିପରି ଉକ୍ତ ବିଷୟରେ ପି ଇ ଓ ବିଶ୍ବମ୍ବର ଭୋଇ ଙ୍କୁ ପଚାରିବାରୁ ସରପଞ୍ଚ ସମସ୍ତ କାମ ବାବଦ ଟଙ୍କା ନେଇଥିବା ପ୍ରକାଶ କରିଥିଲେ । ଏନେଇ ବିଡ଼ିଓ ବିବେକାନନ୍ଦ ଷଡଙ୍ଗୀ ଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ। ଉକ୍ତ ଦୁର୍ନୀତିରେ ସାମିଲ ଥିବା କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।

Comments
Loading...