ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ପୋଖରୀବନ୍ଧ ଷ୍ଟନ କ୍ରସର ପକ୍ଷରୁ ପଣା ବଣ୍ଟନ

ଲାଞ୍ଜିଗଡ଼,୧୪/୦୪(କୋଶଲ ନ୍ୟୁଜ୍):ଆଜି ମହା ବିଷୁବ ସଂକ୍ରାନ୍ତି, ଯାହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି। ଚଳିତ ଥର ପଣା ସଂକ୍ରାନ୍ତି ୧୪ ଅପ୍ରେଲ ରେ ପାଳିତ ହେଉଛି । ଏହିଦିନରେ ଓଡ଼ିଆ ନବବର୍ଷ ମଧ୍ୟ ପାଳିତ ହୋଇଥାଏ। ତେବେ ପରମ୍ପରା ଅନୁସାରେ ଏହିଦିନ ପାଚିଲା ବେଲ ତଥା ବିଭିନ୍ନ ପ୍ରକାରର ଫଳରେ ପଣା ପ୍ରସ୍ତୁତ ହୋଇ ତୁଳସୀ ଚଉରା ତଥା ହନୁମାନ ବାଟିକା ମାନଙ୍କରେ ପ୍ରସାଦ ଭାବରେ ଅର୍ପଣ କରାଯାଇଥାଏ ଏବଂ ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ଏହିଦିନ ତୁଳସୀ ଚଉରା ଉପରେ ଠେକି ବସା ଯାଇଥାଏ। ମାନ୍ୟତା ଅନୁଯାୟୀ ଏହିଦିନ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ମଧ୍ୟ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଥିବା ବେଳେ ଆଜି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ସ୍ଥିତ ହୀରାନୀଳା ଷ୍ଟନ କ୍ରସର ପକ୍ଷରୁ ରମେଶ ଚନ୍ଦ୍ର ସାହୁଙ୍କ ତତ୍ଵାବଧାନରେ ଅଞ୍ଚଳ ବାସି ତଥା ଶତାଧିକ ପଥଚାରି ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ଏଥିରେ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ହନୁମାନ ବାଟିକାର ଉପଦେଷ୍ଟା ମଣ୍ଡଳିର କର୍ମକର୍ତା ଭବାନୀ ବାଣୁଆଁ,ସନାତନ ବିଶି, ପବିତ୍ର ବିଭାର, ଜୟମନୀ ବେହେରା ପ୍ରମୁଖ ସାମିଲ ହୋଇଥିବାବେଳେ ଶଙ୍କର ପ୍ରଧାନୀ,ପ୍ରକାଶ ଛିଣ୍ଡା,ତିରୁପତି ନାଏକ,ମଳୟ ବାରିକ,ଶଙ୍କର ପ୍ରଧାନୀ,କର୍ଣ୍ଣ ମାଝୀ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ସେହି ପରି ଲାଞ୍ଜିଗଡ ରୋଡ଼, ଲାଞ୍ଜିଗଡ, ବେନଗାଁ, ମୂଷାନାଲରେ ମଧ୍ୟ ହନୁମାନ ଜୟନ୍ତୀ ସହ ପଣାସଂକ୍ରାନ୍ତି ପାଳିତ ହୋଇ ଯାଇଛି।

Comments
Loading...