ହରିଶଙ୍କର ଠାରେ କୁଲୁତା ସମାଜ ତରଫରୁ ରଣେଶ୍ୱର  ରାମ ଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଶୋଭାଯାତ୍ରା

ପାଟଣାଗଡ ୦୧/୪ ( କୋଶଲ ନ୍ୟୁଜ୍ ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ କୁଲୁତା ସମାଜ ତରଫରୁ ନିର୍ମିତ ରଣେଶ୍ୱର୍ ରାମ ଚଣ୍ଡି ମନ୍ଦିର ର ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଗଙ୍ଗା ଆବାହନ ସହ ପବିତ୍ର ବୈଦିକ ମନ୍ତ୍ର ରେ ପାପନାଶିନୀ ଝରଣାରେ ଗଙ୍ଗା ଆବାହନ ସହ ପାଣି ଭର୍ତ୍ତି କରାଯାଇଥିଲା । ଝରଣା ରୁ ଏକ ଶୋଭାଯାତ୍ରା ରେ ଘଣ୍ଟା ଘଣ୍ଟ, ସଙ୍କୀର୍ତ୍ତନ ସହ ନିର୍ମାଣଧୀନ ମନ୍ଦିର ପରିସରରେ ରେ ପହଞ୍ଚି ଥିଲେ । ଛଅ ଦିନ ଧରି ଏହି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ପୂଜା କର୍ତ୍ତା ରୂପେ କୁଳୁତା ସମାଜ ଜିଲ୍ଲା ସଭାପତି ବେଲାର ସେନ ଭୋଇ, ଧୃବ ଚରଣ ବିଶ୍ବାଳ ସ ପତ୍ନିକ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଷୋହଳ ପ୍ରହର ନାମ ଯଜ୍ଞ ରେ କର୍ତ୍ତା ରୂପେ ଖଗେଶ୍ବର ସାହୁ ସପତ୍ନିକ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଜଣାଯାଇଛି । ଏହି ଅବସରରେ ପୂଜକ ରୂପେ ବୈଦ୍ୟନାଥ ମିଶ୍ର ଏବଂ ଅନ୍ୟ ମାନେ ଉପସ୍ଥିତ ଥିବା ବେଳେ ମନ୍ଦିର ଟ୍ରଷ୍ଟ ସଭାପତି ଭିକାରୀ ଚରଣ ବିଶ୍ବାଳ, ସମ୍ପାଦକ କଳାକାହ୍ନୁ ସାହୁ, ବଡଗୁର୍ଜିଭଟା ଆଞ୍ଚଳିକ କେନ୍ଦ୍ର ସଭାପତି ବାସୁଦେବ ଗଡତ୍ୟା, ସମ୍ପାଦକ ମାଧବ ସାହୁ, ଧଣ୍ଡାମୁଣ୍ଡା ଆଞ୍ଚଳିକ କେନ୍ଦ୍ର ସଭାପତି ହଳଧର ଭୋଇ, ସମ୍ପାଦକ ମଧୁସୂଦନ ସାହୁ, ଅମୂଲ୍ୟ ଭୋଇ, ଜୟ କୃଷ୍ଣ ସାହୁ, କ୍ଷମା ନିଧି ଭୋଇ, ପଞ୍ଚାନନ ସାହୁ, କାଳିଆ ସାହୁ, ସୁଶାନ୍ତ ପ୍ରଧାନ, ଚତୁର୍ଭୁଜ ସାହୁ, ସରୋଜ ବିଶ୍ବାଳ, ଅଚ୍ୟୁତ ସାହୁ, ଉମାକାନ୍ତ ପ୍ରଧାନ, ନରେନ୍ଦ୍ର ଭୋଇ ସମେତ ବହୁ ସଂଖ୍ୟାରେ ମହିଳା ପୁରୁଷ ଉପସ୍ଥିତ ଥିଲେ ।

Comments
Loading...