ପାଟଣାଗଡ଼ରେ ବଢୁଛି କଂଗ୍ରେସର ଦବଦବା ବିଶାଳ ଶୋଭାଯାତ୍ରା ନାମାଙ୍କନ ଦାଖଲ କଲେ ଅନିଲ

ପାଟଣାଗଡ଼ ୦୧/୦୫( କୋଶଲ ନ୍ୟୁଜ୍ ) : ଆଜି ପାଟଣାଗଡ଼ କଂଗ୍ରେସ ପକ୍ଷରୁ ଅନିଲ ମେହେର ଏବଂ ସ୍ୱାଧୀନ ପାର୍ଥୀ ଭାବେ ଜତି ପଧାନ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରି ହଜାର ହଜାର ଲୋକ ରାମପୁର ସ୍ଥିତ ନିଜ ଅନିଲ ଙ୍କ ବାସଭବନ ରୁ ବାହାରି ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ପହଁଚିଥିଲେ । ପରେ ନିର୍ବାଚନ ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କ ପାଖରେ ରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏପରି ଜନ ସାମଗମ ଦେଖି କଂଗ୍ରେସ ର ଦବଦବା ଦିନକୁ ଦିନ ବୃଦ୍ଧି ପାଉଥିବା ଆଲୋଚନା ହେଉଛି । ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଫଳତା ଏବଂ ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ଥିବା ଗରିବ ଙ୍କ ଗରିବ ଲୋକଙ୍କ ହକ କଂଗ୍ରେସ ଲଢେଇ କରିବ ଏବଂ ଏବଂ ବିଜୟ ନିଶ୍ଚୟ ବୋଲି ଆଶାବାଦୀ ଅଛନ୍ତି ଅନିଲ ।

Comments
Loading...