ଦାନାମାଳ ଗାଁରେ କାଳବୈଶାଖୀ ଝଡ଼ ରେ ଉଜୁଡି ଗଲା ନିର୍ମାଣ ଧୀନ କୁକୁଡ଼ା ଫାର୍ମ

ପାଟଣାଗଡ ୦୯/୦୪(କୋଶଲ ନ୍ୟୁଜ୍) : ଖପ୍ରାଖୋଲ ବ୍ଲକ ଭାନପୁର ପଂଚାୟତ ଦାନାମାଳ ଗାଁରେ ଅଦିନିଆ ବର୍ଷା ଓ କାଳାବୈଶାଖୀ ପ୍ରଭାବରେ ନିର୍ମାଣ ଧୀନ ଥିବା ବସନ୍ତ ସାହୁ ଙ୍କ କୁକୁଡ଼ା ଫାର୍ମ ର ଛାତ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ମାନ ଉଡି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଦାନାମାଳ ଗାଁର ବସନ୍ତ ସାହୁ ନିଜ ଜମି ରେ ନୂତନ କରି ଏକ କୁକୁଡ଼ା ଫାର୍ମ ଆରମ୍ଭ କରୁଥିଲେ । ଏବଂ ଏହି ଫାର୍ମ ପାଇଁ ଆବଶ୍ୟକୀୟ ଅର୍ଥ ଓ ଉପକାରଣ ବହୁ କଷ୍ଟ ରେ ଯୋଗାଡ଼ କରି ସ୍ୱାବଲମ୍ବି ହେବା କୁ ଚେଷ୍ଟା କରୁଥିଲେ କିନ୍ତୁ ଵିଧି ର ବିଧାନ ଆରମ୍ଭ ପୂର୍ବରୁ ହିଁ ଗତ ସୋମବାର ଦିନ ଝଡ଼ ରେ ଟିଣ ଛପର ଉଡିଯିବା ଫଳରେ ଚିନ୍ତା ରେ ଏବେ ବସନ୍ତ । ସୂଚନା ଯେ, ଧାର ଉଧାର କରି ନିଜସ୍ୱ ଉଦ୍ୟମ ୧୪ ଲକ୍ଷ ବ୍ୟୟ ଅଟକଳ ରେ ଆରମ୍ଭ କରୁଥିଲେ କୁକୁଡ଼ା ଫାର୍ମ । ବର୍ତମାନ ମାନସିକ ଅବସାଦ ରେ ଗତି କରୁଥିବା ବେଳେ ସରକାରଙ୍କ ଅନୁକମ୍ପା ରାଶି ଅପେକ୍ଷା ରେ ବସନ୍ତ ।

Comments
Loading...