ଜୁଆ ଆଡ୍ଡା ରେ ପୁଲିସ ର ଚଡାଉ , ଟଙ୍କା , ବାଇକ ସହ ୩ ଜଣ ଗିରଫ

ନବରଙ୍ଗପୁର (କୋଶଲ ନ୍ୟୁଜ) ଜିଲ୍ଲା କୋଡ଼ିଙ୍ଗା ଥାନା ପୁଲିସ ଗୁରୁବାର ସନ୍ଧ୍ୟାରେ ଏକ ଜୁଆ ଆଡ୍ଡା ଉପରେ ଚଡାଉ କରି ୩ ଜଣଙ୍କୁ ଗିରଫ କରିବା ସହ ୪ ଟି ବାଇକ , ୧୮ ହଜାର ୪୭୦ ଟଙ୍କା , ୨ ଟି ମୋବାଇଲ ଫୋନ ଆଉ ୩ ସେଟ ତାସ କୁ ଜବତ କରିଥିବା ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟାରେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବିଏମସେମଳା ପଞ୍ଚାୟତ ବାକଟିଗୁଡ଼ା ଗ୍ରାମରେ ଜୁଆ ଖେଳ ଚାଲିଥିବା କୋଡ଼ିଙ୍ଗା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଡାଉ କରିଥିଲା । ପୁଲିସ କୁ ଦେଖିକି କିଛି ଲୋକ ଦୌଡ଼ି ପଳେଇ ଯାଇଥିବା ବେଳେ ୩ ଜଣଙ୍କୁ ପୁଲିସ ଗିରଫ କରି ଥାନାକୁ ଆଣିଥିଲା । ଏମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି ।

Comments
Loading...