ଜୀବନ କୁରୁକ୍ଷେତ୍ରରେ ପେଶୀ ହୋଇ ଜୀବନ ବିତାଉଛନ୍ତି ମାଠୁ ପାଣ୍ଡେ

ନୂଆପଡା ( କୋଶଲ ନ୍ୟୁଜ୍ ) ନିଶ୍ୱାହାୟ, ଅସହାୟ, ବୃଦ୍ଧ ବୃଦ୍ଧା ଙ୍କ ପାଇଁ ସରକାର ମାଲ ମାଲ ଯୋଜନା କରୁଛନ୍ତି । ଅନେକ ଯୋଜନା ରୁ ପ୍ରକୃତ ହିତାଧି କାରୀ ମାନେ ବଞ୍ଚିତ ହେଉଥିବା ବେକେ ଅଯୋଗ୍ୟ ବ୍ୟକ୍ତି ମାନେ ତାହାର ସୁଯୋଗ ନେଇ ମାଲ ମାଲ ହେଉଛନ୍ତି । ଏହା ପ୍ରଶାସନ ର ଖାମ ଖିଆଲି, ଉଦାସୀନତା ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି । ଫଳରେ ଅସହାୟ ବୟୋ ଵୃଦ୍ଧ ମାନେ ନାହିଁ ନ ଥିବାର ଅସୁବିଧାର ସମୂଖୀନ ହୋଇ କଷ୍ଟ ଭୋଗୁଛନ୍ତି । ଏହି ପରି ଏକ ଉଧାରଣ ପାଲଟିଛନ୍ତି । ମାଠୁ ପାଣ୍ଡେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଲ ଗ୍ରାମପଞ୍ଚାୟତ କୋଟାମାଲ ବ୍ୟକ୍ତି ଜଣକ ବସବାସ କରନ୍ତି । ବର୍ତମାନ ତାଙ୍କ ବୟସ ୭୬ ରୁ ଉର୍ଦ୍ଧ । ସମ୍ପର୍କୀୟ କହିଲେ କେହି ନାହାନ୍ତି । ବୟୋ ବୃଦ୍ଧ ସତ୍ୱେ ସେ ଚାଲି ବୁଲି ପାରନ୍ତି ନାହିଁ । ଗୁରୁଣ୍ଡି ଗୁରୁଣ୍ଡି ସାଇ ପଡିସା କୁ ବୁଲି ବୁଲି ରନ୍ଧା ଖାଦ୍ୟ ମାଗି ଖାଇଥାନ୍ତି ଯେଉଁଦିନ ସାଇ ପଡୋଶୀ ଲୋକ ଦେଇନଥାନ୍ତି ସେହି ଦିନ ଉପବାସରେ ଜୀବନ କାଟନ୍ତି । ନିଜ ଗ୍ରାମର ଅନତି ଦୂରରେ ଥିବା ପୋଖରୀକୁ ଯାଇ ନିଜ ଦୈନନ୍ଦିନ ନିତ୍ୟକର୍ମ କରିଥାନ୍ତି । ପୋଖରୀରେ ଥିବା ପାହାଚ ତା ପାଇଁ କେତେ ବେଳେ ଯେ କାଳ ସାଯିବ ତାହା ଏଡାଇ ଦିଆଯାଇନ ପାରେ ସରକାରଙ୍କ ତରଫରୁ ପାଉଥିବା ୫୦୦ ସହ ଟଙ୍କା ଭତା ୫ କେଜି ଚାଉଳ ହିଁ ସରକାରୀ ସହାୟତା ଯଦି ସରକାର ମାଠୁ ପାଣ୍ଡେଙ୍କୁ ଗ୍ୟାସ ଖଣ୍ଡେ ମାଗଣାରେ ଦେଲେ ସେ ନିଜେ ରୋସେଇ କରି ଖାଇ ପାରିବ ଯେହେତୁ ଚାଲି ବୁଲିବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ ତେଣୁ ତାଙ୍କୁ ସରକାର ଙ୍କ ତରଫରୁ ଗାଡି ଟିଏ ଯୋଗାଇ ଦେବାକୁ ସେ ଅନୁରୋଧ କରନ୍ତି । ସ୍ତ୍ରୀ,ପୁଅ, ଝିଅ, କେହି ନଥିବାରୁ ଲୋକଙ୍କ ଦୟାରେ ମିଳୁ ଥିବା ଭାତ ପଖାଳ ହିଁ ତାର ଜୀବନ ବଞ୍ଚାଇବା ର ଆଶା ପାଲଟିଛି । ନିତି ପ୍ରତି ସେ ଘର ଘର ର ରନ୍ଧା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । ତେଣୁ ସରକାର ତାଙ୍କ ଥଇ ଥାନ ଓ ତିନି ଚକିଆ ସାଇକେଲ ଟିଏ ଯୋଗାଇ ଦେବାକୁ ସେ ପ୍ରଶାସନ ପାଖରେ ଗୁହାରି କରିଛନ୍ତି । ପ୍ରଶାସନକୁ ଦୃଷ୍ଟି ଗୋଚର କରିବାରୁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ଅଧିକାରୀ ।

Comments
Loading...