ଡାବୁଗାଁରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ନବରଙ୍ଗପୁର :-ଡାବୁଗାଁ ମଣ୍ଡଳ ଓ ବୋରିଗାଁ ମଣ୍ଡଳ ବିଜେପି ତରଫରୁ ପ୍ରତିବର୍ଷ ଜନସଂଘ ର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଜୁନ୍ ୨୩ ତାରିଖରେ ପାଳିତ ହୁଏ। ଆଜି ମଧ୍ୟ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ରାୟଗଡ଼ା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ ଓ ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ଙ୍କ ଉପସ୍ଥିତି ରେ ବଳିଦାନ ଦିବସ ପାଳନ କରାଯାଇଥିଲା। ବୈଠକ ରେ ସଭାପତିତ୍ବ କରିଥିଲେ ଡାବୁଗାଁ ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ । ଅନ୍ୟ ପ୍ରମୁଖ ବ୍ୟକ୍ତି ମଧ୍ୟରେ ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ସୁନା, ମଣ୍ଡଳ ସାଧାରଣ ସଂପାଦକ ଭୀମସେନ ଜେନା ଓ ନରୁ ସିଂ, ଯୁବମୋର୍ଚ୍ଚା ସଭାପତି ରାଜକୁମାର ଦରା, ଭୀକି ରାଓ ନର ମାଝୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବଳିଦାନ ଦିବସ ପାଳନ ପରେ ସ୍ଥାନୀୟ ଭୈରବ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଛି ଥିଲା। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ତରଫରୁ ଅବିଭକ୍ତ କୋରାପୁଟ ଜିଲ୍ଲା ସଂଯୋଜକ ଭାବେ ଗୋବିନ୍ଦ ଜୈନ ଜିଲ୍ଲା ର ଅନ୍ୟାନ୍ୟ ଅଞ୍ଚଳରେ ବୁଲି କାର୍ଯ୍ୟକ୍ରମ ର ତଦାରଖ କରିଥିଲେ।

Comments
Loading...