ଦିନବେଳା ଡାବୁଗାଁ ମୁଖ୍ୟ ରାସ୍ତାରେ ହାଇୱା ଗାଡି ଚଳାଚଳ ଯୋଗୁଁ ବଡୁଛି ଟ୍ରାଫିକ ସମସ୍ୟା

ବି:ଦ୍ର:-ସକାଳ ୭ଟା ପର ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ହାଇୱା ଗାଡି ଗୁଡିକ ରାସ୍ତାରେ ଚଳାଚଳ ବନ୍ଦ ନିମନ୍ତେ ନବରଙ୍ଗପୁର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଏଥୁପ୍ରତି ଦୃଷ୍ଟିଦେଲେ କିଛିମାତ୍ରାରେ ସମସ୍ୟା ସମାଧାନ ହଇଥାନ୍ତା

ନବରଙ୍ଗପୁର:-ଡାବୁଗାଁ ଅଂଚଳାରେ ଦିନ ଦ୍ବିପ୍ରହରରେ ଜନଗହଳିପୂର୍ଣ୍ଣ ଅଣ ଓସାରିଆ ରାସ୍ତା ଦେଇ ବଡ଼ ବଡ଼ ୧୦ ଚକିଆ ୧୨ ଚକିଆ ଟ୍ରକ,ବାଲି ବୋଝେଇ ହାଇୱା ଗାଡି ଗୁଡିକ ଚଳାଚଳ କରୁଥିବାରୁ ରାସ୍ତା ଜାମ ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଅଘଟଣ ଘଟି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏପରିକି ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ପରି ଅତ୍ୟାବଶ୍ୟକ ମୌଳିକ ସେବା ବ୍ୟାହତ ହେଉଛି । ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।ନବରଙ୍ଗପୁର ଜିଲ୍ଲା, କୋଷାଗୁମଡା,ପାପଡାହାଣ୍ଡି ତଥା ଡାବୁଗାଁ ବ୍ଲକ ଅଧିନ ବିଭିନ୍ନ ଘାଟରୁ ବାଲି ବୋଝେଇ କରି ଶହ ଶହ ହାଇୱା ଗାଡି ଗୁଡିକ ଦିନ ଓ ରାତିରେ ଜନଗହଳି ପୂର୍ଣ ରାସ୍ତାରେ ଯାତାୟାତ କରୁଛି । ଭାରିଯାନ ଗୁଡିକ ଚଳପ୍ରଚଳ ଯୋଗୁଁ ପୂର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଦବି ଯାଇ ଶହ ଶହ ଖାଲଖମା ସୃଷ୍ଟି ହୋଇଛି । ଡାବୁଗାଁ ବସଷ୍ଟାଣ୍ଡ ଚାରି ଛକଠାରୁ ବିଭିନ୍ନ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ସମେତ ବାଇପାସ ରାସ୍ତା, ଗୁଡିକର ଶୋଚନୀୟ ଅବସ୍ଥାକୁ ନେଇ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଉପରୋକ୍ତ ରାସ୍ତା ଦେଇ ଯାତାୟାତ ନିମନ୍ତେ ବିଶେଷ କରି ବାଇକ ଚାଳକ ମାନେ ଅସୁବି ଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ସ୍ଥାନରେ ହାଇୱା ଗାଡି ଗୁଡିକ ରାତି ୧୦ ଟାରୁ ସକାଳ ୭ଟା ସମୟ ମଧ୍ୟରେ ରାସ୍ତାରେ ଯାତାୟାତ ବନ୍ଦ ଥିବା ବେଳେ କେବଳ ନବରଙ୍ଗପୁର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିବା ଆବଶ୍ୟକ ମାନେ ହେଉଛି । କାରଣ ଦିନ ଓ ରାତିରେ ସଦା ସର୍ବଦା ଭାରିଯାନ ଗୁଡିକ ଯାତାୟାତ କରୁଛି । ଯାହାକି ଅଞ୍ଚଳବାସୀଙ୍କ ପାଇଁ ଅସନ୍ତୋଷ ଓ ବିପଦର କାରଣ ପାଲଟିଛି । ସକାଳ ୭ଟା ପର ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ହାଇୱା ଗାଡି ଗୁଡିକ ରାସ୍ତାରେ ଚଳାଚଳ ବନ୍ଦ ନିମନ୍ତେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳର ଜନସାଧାରଣ ଦାବି କରୁଛନ୍ତି । ନବରଙ୍ଗପୁର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଏଥୁପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି।

ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Comments
Loading...