ହିନ୍ଦୁ ମହାସଂଘ ସହ ସଂଯୋଜକ ହେଲେ ଧରମ ରାଉତ

ନବରଙ୍ଗପୁର :-ବିଧିବଦ୍ଧ ଭାବେ ଧରମ ରାଉତ ଙ୍କୁ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ସହ ସଂଯୋଜକ ଦାୟିତ୍ଵ ପ୍ରଦାନ କରା ଯାଇଛି। ଧରମ ରାଉତ ଜଣେ ଶକ୍ତି ସାଧକ । ଘରେ ଏକ ଛୋଟ ତାରିଣୀ ମାଁ ଙ୍କ ମନ୍ଦିର ଅଛି। ପ୍ରତିଦିନ ଅନେକ ଭକ୍ତ ଦର୍ଶନ ପାଇଁ ଆସନ୍ତି। ମାଁ ଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ୫ ମାର୍ଚ୍ଚ ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ଫୁଲସିଂ ରାଉତ, ବୋରିଗାଁ ମଣ୍ଡଳ ପ୍ରମୁଖ ଭାଷ୍କର ପନକା ଏବଂ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

Comments
Loading...